ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ରାଜ୍ୟସ୍ତରୀୟ ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ, ---- ରାଜ୍ୟସ୍ତରୀୟ ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ତାଙ୍କ ନିଜସ୍ୱ ଗ୍ରାମ ତଥା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦର ମିଳିତ ସହଯୋଗରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଗ୍ରାମର ୧୮ ଜଣ ଯୁବକ ରକ୍ତ ଦାନ କରିଥିଲେ । ସଂଧ୍ୟାରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ଅତିଥି ମାନେ ଗ୍ରାମରେ ଥିବା ପଣ୍ଡିତ ନୀଳକଣ୍ଠ ଦାଶ, ଅଚାର୍ଯ୍ୟ ହରିହର ଦାସ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ସଭା କାର୍ଯ୍ୟ ଆରମ୍ଭ ହେବାପରେ ପିଲାମାନଙ୍କ ଦ୍ୱାରା ବେଦ ଓ ଭାଗବତ ପାଠ କରାଯାଇଥିଲା । ଅନୁଷ୍ଠିତ ସଭାରେ ସାହିତ୍ୟକ , ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଂଜୟ ଭାଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ଯୋଗଦେଇ ଭାରତ ବର୍ଷରସତ୍ୟବାଦୀ ହେଉଛି ମଉଡମଣି ବୋଲି କହିଥିଲେ । ନ୍ୟତମ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ସୀତେଶ ତ୍ରିପାଠୀ, ସାହିତ୍ୟକ ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ, ଉକବଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ପ୍ରମୁଖ ଯୋଗଦେଇ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର ଦାସଥିଲେ ଶେଷ ଦୀପଶିଖା ।ସେ ଏକାଧାରରେ ୍ଥିଲେ ବିପ୍ଳବୀ, ଜନସେବୀ ଓ ସାହିତ୍ୟ ସେବୀ । ତାଙ୍କର କର୍ମ ହିଁ ଥିଲା କାବ୍ୟ, ମାନବସେବା ହିଁ ଥିଲା ଭଗବତ ସେବା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ୍ରବସରରେ ଆଚାର୍ଯ୍ୟ ଯୁବ ପରିଷଦ ପକ୍ଷରୁ ଆଚାର୍ଯ୍ୟ ହରିହର ସମ୍ମାନରେ ପଦ୍ମଶୀ ଡ. ଆଶୋକ କୁମାର ମହାପାତ୍ରଙ୍କୁ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିବା ବେଳେ ଉତ୍କଳସ୍ୱାଭିମାନ ମଞ୍ଚ ପକ୍ଷରୁ ସେବା ସମ୍ମାନରେ ଶ୍ରୀ ମହାପାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମନୋଜ ରଥ, ଆଇନଜୀବୀ ସୁଶାନ୍ତ କୁମାର ରଥ, ସମାଜସେବୀ, ସାହିତ୍ୟକ ଓ ଲେଖକ ରବୀନ୍ଦ୍ର ନାଥ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୨/୨୦୨୫---୯,୧୦ Sakhigopal News, 12/2/2025