Breaking News

ସତ୍ଯବାଦୀ ମହୋତ୍ସବ ଉଦଘାଟିତ, ପଞ୍ଚ ମହାପୁରୁଷଙ୍କ ଜନ୍ମ ପୀଠରୁ ସଂଗ୍ରୁହିତ ଜ୍ଯୋତି ଯାତ୍ରା ପ୍ରଥମ ଦିନ ଆକର୍ଷଣ ସାଜିଲା



ସାକ୍ଷୀଗୋପାଳ ,-----

  ସତ୍ୟବାଦୀ ମହୋତ୍ସବ  ଶୁକ୍ରବାର ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି  । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ସୁଆଣ୍ଡୋ  , ପଣ୍ଡିତ ନୀଳକଣ୍ଠ ଦାସ  , ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ପୀଠ ଶ୍ରୀରାମଚନ୍ଦ୍ର ପୁର  ,  ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ  ବାଣପୁର ଅନ୍ତର୍ଗତ ଶ୍ରୀନିବାସ ପୁର ଗ୍ରାମ ଓ ପଣ୍ଡିତ କ୍ରୁପାସିନ୍ଧୁ ମିଶ୍ରଙ୍କ ଜନ୍ମ ପୀଠ ବୀରପ୍ରତାପପୁରରୁ ଜ୍ଯୋତି ସଂଗ୍ରହ କରାଯାଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ମିଳିତ ହୋଇ ଥିଲେ  । ସେଠାରୁ ସତ୍ଯବାଦୀ ମହୋତ୍ସବ କମିଟି ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ     ମହୋତ୍ସବ ମଣ୍ଡପକୁ ଆସିଥିଲା  ।    ଏହି ଶୋଭାଯାତ୍ରାରେ ଓଡିଶାର ପାରମ୍ପାରିକ ନୃତ୍ୟୁ, ସହ ସଂକୀର୍ତ୍ତନ, ଘୋଡାନାଚ, ପାଇକ ଆଖେଡା, ଶବର ଶବରୁଣି, ବୁଢ଼ା ବୁଢୀ, ବଗ ବଗୁଲି, ଷଣ୍ଢ, ଦୁର୍ଗାମେଡ, କଣ୍ଢେଇନାଚ, ବାଜା,  ଯାହାକି ବସଷ୍ଟାଣ୍ଡ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଜନସାଧାରଣ ଜ୍ୟୋତିଯାତ୍ରାକୁ ସ୍ୱାଗତ କରିବା ସହ ଶୋଭାଯାତ୍ରା ଦେଖିବା ପାଇଁ ଭିଡ ଲାଗିଥିଲା ।    ସତ୍ଯବାଦୀ ମହୋତ୍ସବ କମିଟି ସଭାପତି ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ମନ୍ଦିରରୁ ସାକ୍ଷୀ ଗୋପୀନାଥ ଠାକୁରଙ୍କ ଠାରୁ ଆଜ୍ଞାମାଳ ଆଣି ମଣ୍ଡପରେ ସ୍ଥାପନ କରିଥିଲେ  । ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ୍ ସୂର୍ଯ୍ୟ ବଂଶୀୟ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ କୁମାର ସ୍ବାଇଁ ଯୋଗ ଦେଇ ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ କହିଥିଲେ।ମହୋତ୍ସବ କମିଟିର ସମ୍ପାଦକ ଦୀପକ ଶତପଥି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ  , ଧର୍ମଶାଳା ବିଧାୟକ ହିମାଂଶୁ ନାୟକ, ମହୋତ୍ସବ କମିଟି ସଂପାଦକ ଦିପକ ଶତପଥୀ  , ଜାନକୀବଲ୍ଲଭ ବରାଳ  , ଜାନକୀବଲ୍ଲଭ ମିଶ୍ର  । ସେହିପରି ସତ୍ଯବାଦୀ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରୀରାଧା ନ୍ରୁତ୍ଯପରିବେଷଣ କରଯାଇଥିଲା।ସଂପାଦକ ଶ୍ରୀ ଶତପଥୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ  । ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  । ସାକ୍ଷୀଗୋପାଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ  । ବିଡିଓ ଦେବାଶିଷ ନାୟକ  , ଅତିରିକ୍ତ ତହସିଲଦାର ପ୍ରୀୟଦର୍ଶୀ ରାଜେଶ  , ଆଡିସନାଲ ଏସପି  , ଏସଡିପିଓ  ପିପିଲି, ନିମାପଡ଼ା ଓ ସତ୍ଯବାଦୀ ଆଇଆଇସି ବିଜୟ କେତନ ବେହେରା  ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ ସହ ମୁତୟନ କରାଯାଇ ଥିଲା  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଲିଉଡ ମ୍ଯୁଜିକାଲ ନାଇଟ ହ୍ୟୁମାନ ସାଗର ଓ ତାଙ୍କ  ସାଥିଙ୍କ ସଂଗୀତରେ ଦର୍ଶକମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୨/୨୦୨୫----୭,୩୫ Sakhigopal News,15/2/2025

Blog Archive

Popular Posts