ପାଦ ଚଲା ବ୍ରିଜର ଦୂର୍ଦିନ ଅବସ୍ଥା , ଉଦ୍ଘାଟନ କରି ରକ୍ଷଣା ବେକ୍ଷଣ କଥା ଭୁଲିଗଲେ ରେଳବାଇ କତୃପକ୍ଷ
ଜଟଣୀ :-ସ୍ଥାନୀୟ କୁଦିଆରୀ ବଜାର ନିକଟରୁ ରେଲୱେ ବଜାରକୁ ଯିବା ପାଇଁ ନିର୍ମାଣ ହୋଇଥିବା ପାଦ ଚଲା ବ୍ରିଜର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି l ଏହି ବାବଦରେ ରେଲୱେ ଉଚ୍ଚ କତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷପ ଗ୍ରହଣ କରୁନଥିବା ସ୍ଥାନୀୟ ଅଧିବାସୀ ସୂଚନା ଦେଇଛନ୍ତି l ଦୁଃଖର ବିଷୟ ରେଲୱେ ବିଭାଗର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ l ରେଲୱେ ଅଧୀନରେ ଥିବା ରେଲୱେ କଲୋନୀ ଗୁଡିକ ହେଉ ବା ରାସ୍ତାଘାଟ ହେଉ ସବୁଗୁଡିକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ l କହିବାକୁ ଗଲେ କୁଦିଆରୀ ବଜାରରୁ ରେଲୱେ ମାର୍କେଟ କୁ ଯିବା ପାଇଁ ସୁବିଧା ମାର୍ଗ ହେଉଛି ପାଦ ଚଲା ବ୍ରିଜ ଏହାରି ଉପରେ ସ୍ଥାନୀୟ ଅଂଚଳରେ ବସବାସ କରୁଥିବା ହଜାର ହଜାର ଅଧିବାସୀ ନିର୍ଭର କରିଥାନ୍ତି l ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ଅର୍ଥରେ ରେଲୱେ କତୃପକ୍ଷ ଏହି ବ୍ରିଜଟି ଦୀର୍ଘ ଦୁଇବର୍ଷ ତଳେ ଉଦ୍ଘାଟନ କରି ଜନସାଧାରଣଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ l ଆଶ୍ଚର୍ଯ୍ୟର ବିଷୟ ଉଦ୍ଘାଟନର ଦୁଇ ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ରିଜରେ ରେଲୱେର ପରିମଳ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିୟୋଜିତ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟ ହୋଇପାରିନାହିଁ l ଯାହା ଫଳରେ ବ୍ରିଜର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୁଢ଼ କୁଢ଼ ବାଲି ଏବଂ ଆବର୍ଜନାରେ ପରିପୂର୍ଣ୍ଣ l ଦୀର୍ଘ ଦିନର ଅଳିଆ ଆବର୍ଜନା ଗଦା ହେବାରୁ ବ୍ରିଜ ଉପର ଦୁର୍ଗନ୍ଧର ବାତାବରଣ ସ୍ତୃଷ୍ଟି ହେଲାଣି l ଧୀରେ ଧୀରେ ସ୍ଥାନୀୟ ବାସିନ୍ଦା ବ୍ରିଜର ବ୍ୟବହାର ବନ୍ଦ କଲେଣି l ବ୍ରିଜର ଆଲୋକୀକରଣ ମଧ୍ୟ ଠିକ ଭାବରେ ହୋଇ ନ ଥିବାରୁ ଅନେକ ସମୟରେ ରାତିରେ ଯିବା ଆସିବା କରିବା ଅସୁବିଧା ହୁଏ l ଏହି ବାବଦରେ ସ୍ଥାନୀୟ ବାସିନ୍ଦା ଅନେକ ଥର ରେଲୱେ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏହି ପାଦ ଚଲାବ୍ରିଜ ରେଲୱେ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେବା କାହା ସ୍ୱାର୍ଥରେ l ଏଥି ପ୍ରତି ରେଲୱେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କତୃପକ୍ଷ ଏବଂ ପୂର୍ବତଟ ମଣ୍ଡଳ ମହା ପ୍ରବନ୍ଧକ ମହୋଦୟ ଦୃଷ୍ଟି ନିକ୍ଷପ କରି ଏହାର ରକ୍ଷଣା ବେକ୍ଷଣ ବ୍ୟବସ୍ଥା ଗ୍ରହଣ କରି ବ୍ରିଜର ସମ୍ପୂର୍ଣ୍ଣ ଭାଗ ସଫେଇ କର୍ମଚାରିଙ୍କ ଦ୍ୱାରା ପରିଷ୍କାର କଲେ ସ୍ଥାନୀୟ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀନୀ ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୫୦ Sakhigopal News,11/2/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୫୦ Sakhigopal News,11/2/2025