Breaking News

ସାକ୍ଷୀଗୋପାଳ ରେଳୱେ ଓଭରବିଜ୍ର ନିର୍ମାଣ ପାଇଁ ଜମି ମାପ କାର୍ଯ୍ୟ ଆରମ୍ଭ ; ବିରୋଧ କଲେ ସାକ୍ଷୀଗୋପାଳ ବଡବଜାର ବ୍ୟବସାୟୀ ସଂଘ

 


ସାକ୍ଷୀଗୋପାଳ --- ସାକ୍ଷୀଗୋପାଳର ସବୁଠାରୁ ବଡ ସମସ୍ୟା ହେଉଛି ରେଳ ଫାଟକ । ଦୀର୍ଘବର୍ଷଧରି  ଜଣସାଧାରଣଙ୍କ ଦାବିଯେ ରେଳ ଫାଟକ ଠାରେ ତୁରନ୍ତ ରେଳ ଓଭରବ୍ରିଜ ନିର୍ମାଣ କରିବା ପାଇଁ । ଏପରିକି କେନ୍ଦ୍ରରେଳମନ୍ତ୍ରୀ  ସାକ୍ଷୀଗୋପାଳ ଆସିବା ସମୟରେ ରେଳ ଓଭରବ୍ରିଜ ନିର୍ମାଣ କରିବା ପାଇଁ ବିଭିନ୍ନ ସଂଘ ପକ୍ଷରୁ ଦାବି ପତ୍ର ଦିଆଯାଇଥିଲା । ଏହି ଦାବିକୁ ଗ୍ରହଣ କରି କେନ୍ଦ୍ର ସରକାର ନିର୍ବାଚନ ଆଗରୁ ସାକ୍ଷୀଗୋପାଳ ଠାରେ ରେଳ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଘୋଷଣା କରିବା ସହ ଅର୍ଥ ମଞ୍ଜୁର କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଓଭରବ୍ରିଜ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।  ମାତ୍ର ସ୍ଥାନୀୟ ବିଧାୟକଙ୍କୁ  ସାକ୍ଷୀଗୋପାଳ ବଡ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ରେଳ ଓଭରବିଜ୍ର ନିର୍ମାଣ ଏଠାରେ ନ କରିଅନ୍ୟ ଠାରେ କରିବା ପାଇଁ ଦାବି କରିଥିଲେ । ମାତ୍ର ବିଧାୟକ ଘୁଞ୍ଚାଇ ପାରିନଥିଲେ ।  ଶେଷରେ ବ୍ୟବସାୟୀ ମାନେ ନିରାଶ ହେବା ପରେ ଏବେ ରେଳ ଓଭରବିଜ୍ର ନିର୍ମାଣକୁ ଘୋର ବିରୋଧ କରୁଛନ୍ତି । ଯାହାକି ଆଜି ଏହା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଜମି ଅଧିଗ୍ରହଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ଡାକବାଜି ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୨ା୧୬ ଧାରା ଅନୁଯାୟୀ ରେଳ ଓଭରବ୍ରିଜ ପାଇଁ ଜମି ଅଧ୍ରିଗ୍ରହଣରେ ଯାଉଥିବା ପ୍ଳଟ ଗୁଡକର ସ୍ଥିତି, ଲମ୍ବା  ଓ ଚଉଡା ମାପ କରିବା ସହ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଥାନ୍ତା । ମାତ୍ର ଅଧିକାରୀ ମାନେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ  ଅଳ୍ପବାଟ ଆସିବା ପରେ ସାକ୍ଷୀଗୋପାଳ ବଡ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ବିଧାୟକଙ୍କ ସହିତ ଆଲେଚନା ପରେ ଯାହା କିଛି କରାଯିବ ବୋଲି ବ୍ୟବସାୟୀ ମାନେ ଜିଦ ଧରି ବସିଥିଲେ । ଜିଲ୍ଲା ଭ୍ରୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା ଜିଲ୍ଲାପାଳଙ୍କ ସହିତ ଆଲେଚନା କରି ରବିବାର ଦିନ ପର୍ଯ୍ୟନ୍ତ ଏ ମାପଚୁପ ବନ୍ଦ ରଖାଗଲା ବୋଲି ବ୍ୟବସାୟୀ ସଂଘର କର୍ମମର୍ତ୍ତା ମାନଙ୍କୁ କହିଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକରାଯିବ ବୋଲି ଶ୍ରୀ ଜେନା କରିଛନ୍ତି । ଆଜିର ଏହି ଜମି ଅଧିଗ୍ରହଣ ସର୍ଭେ ସମୟରେ ଆରଏନବି ଏସଡିଓ ଅଶୋକ କୁମାର ବିଶ୍ୱାଳ, ଡେପୁଟି ଜିଲ୍ଲାପାଳ ନିରଞ୍ଜନ ବାରିକ, ସହକାରୀ ଜିଲ୍ଲାପାଳ ଆଶୁତୋଶ ଦେ ଓ ସତ୍ୟବାଦୀର ଭାରପ୍ରାପ୍ତ ତହସିଲଦାର ପିୟଦର୍ଶୀ ରାଜେଶଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଅନ୍ୟ ପକ୍ଷେ ସତ୍ୟବାଦୀ ଜନସାଧାରଣ ତୁରନ୍ତ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୫---୭,୧୦   Sakhigopal News, 19/2/2025

Blog Archive

Popular Posts