ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତି ବେଆଇନ ଭାବେ ଦଖଲ ଓ ହଡପ କରିବାକୁ ବିରୋଧ କଲା ଗୋପିନାଥ ସତ୍ୟବାଦୀ ଗୋପିନାଥ ସମ୍ପତି ସୁରକ୍ଷା ମଞ୍ଚ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳର ଶ୍ରୀ ଗୋପିନାଥ ସତ୍ୟବାଦୀ ଗୋପିନାଥ ସମ୍ପତି ସୁରକ୍ଷା ମଞ୍ଚ ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତି ବେଆଇନ ଭାବେ ଦଖଲ ଓ ହଡପ କରିବାକୁ ବିରୋଧ କରିବା ସହ ସତ୍ୟବାଦୀ ମନ୍ଦିରରେ ଦୈନିକ ଆୟର ଦାୟତ୍ୱରେ ଥିବା ଦେବତ୍ୱର ବିଭାଗ ଅଧିକାରୀ ଏବଂ ଅଧିନସ୍ଥ ଅଧିକାରୀ ମାନେ ଅର୍ଥ ଆତ୍ମସାତ କରିବାକୁ ଘୋର ବିରୋଧ କରିବା ସହ ଏକ ସାମ୍ବାଦିକ ସମ୍ମଳନୀ କରି ଏହା ଜଣାଇଛନ୍ତି । ସେହିପରି ରେଳ ଓଭରବ୍ରିଜ ନିର୍ମାଣ ହେବାକୁ ଥିବା ନକ୍ସାକୁ ପରିବତ୍ର୍ନ କରିବା ପାଇଁ ମସୁଧା ଚାଲିଛି । ୮୬ ଫୁଟରରୁ ଯଦି କମାଯାଏ ତା ହେଲେ ସତ୍ୟବାଦୀ ଗୋପିନାଥ ସମ୍ପତି ସୁରକ୍ଷା ମଞ୍ଚ ଏହାକୁ ବିରୋଧ କରିବ ବୋଲି ଜଣାଇଛନ୍ତି । ସାକ୍ଷୀଗୋପାଳ ମନ୍ଦିର ଏକ ଧର୍ମପୀଠ ଭାବେ ବେଶ ପରିଚିତ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ୧୯୩୯ ମସିହା ଠାରୁ ଉକ୍ତ ମନ୍ଦିର େଦେବତ୍ୱର ବିଭାଗ ଅଧିନରେ ରହିଛି । ରାଜ୍ୟରେ ଅନେକ ଗୁଡିଏ ମନ୍ଦିର ପୂର୍ବତନ ସରକାରଙ୍କ ସମୟରେ ଉନ୍ନତି କରଣ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ବୈମାତୃକ ନଭାବ ଯୋଗୁ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ପଡି ରହିଛି । ସାକ୍ଷୀଗୋପିନାଥଙ୍କର ଅନେକ ସ୍ଥାବର ଅସ୍ଥାବର ସମ୍ପତି ରହିଛି । ମାତ୍ର ଠାକୁର ନିଶ୍ୱହେବାକୁ ଯାଉଛନ୍ତି । କିଛି ଜମି ମାଫିଆ ଓ ବ୍ୟବସାୟୀ ମାନେ ଠାକୁରଙ୍କ ଜମିକୁ ହଡପ କରି ନିଜକୁ ଜମିଦାର କହୁଛନ୍ତି । ୧୯୨୭ ମସିହା ନକ୍ସା ଅନୁଯାୟୀ ଜମି ଚିହ୍ନଟ କରାଯାଇ ଉକ୍ତ ପ୍ଳଟ ଗୁଡିକ ଠାକୁରଙ୍କ ଖାତାକୁ ଆଣିବା ପାଇଁ ସୁରକ୍ଷା ମଞ୍ଚ ଦାବି କରିଛି । ସାକ୍ଷୀଗୋପାଳ ମନ୍ଦିର ଆୟ ଓ ବ୍ୟାୟ କୁ ନେଇ ଏକ ଏଜି ଅଡିଟ କରାଯାଉ । ରେଳ ଓଭରବ୍ରିତ ନିର୍ମାଣ ପାଇଁ ସରକାରୀ ଭାବେ ତତ୍ପରତା ପ୍ରକାଶ ପାଇଥିବା ବେଳେ ସେହିପରି ଠାକୁରଙ୍କ ଜମି ହଡପ କରିଥିବା ଜମି ମାଫିଆ ଓ କିଛି ବ୍ୟବସାୟୀ ମାନେ ଏବେ କାଗଜ ପତ୍ର ଧରି ସରକାରଙ୍କ ପକ୍ଷରୁ ପ୍ରଦାନ କରିବାକୁ ଥିବା ଅର୍ଥ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ସୁରକ୍ଷା ମଞ୍ଚର ଉପସଭାପତି ତ୍ରିନାଥ ପ୍ରଧାନ କହିଛନ୍ତି । ୧୯୭୭ ମସିହାରେ ଠାକୁରଙ୍କ ସମ୍ପତି ଅଧିକାରୀ ମାନଙ୍କୁ ଧରି ନିଜ ନାମରେ ରେକଡ ଭୁକ୍ତ କରି ନେଇଛନ୍ତି । ସେମାନେ ଉକ୍ତ ଅର୍ଥ ହଡପ କରିବା ପାଇଁ ମଓୁଧା କରୁଥିବା ବେଳେ ଗୋପିନାଥ ଦେବଙ୍କ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ବା ଅଭିଯୋଗ କରାଯାଉନାହିଁ ବୋଲି ସୁରକ୍ଷା ମଞ୍ଚ ଅଭିଯୋଗ ଆଣିଛି । ଅନ୍ୟ ପକ୍ଷେ ୧୯୨୭ ମସିହାରେ ଥିବା ରେକର୍ଡ ଅନୁସାରେ ଜମି ଅଧିଗ୍ରହଣ କରିବା ପାଇଁ ଠାକୁରଙ୍କ ପକ୍ଷରୁ ଆଇନଜୀବୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟଳୟ ତୁରନ୍ତ ଜମି ଗୁଡିକ ଠାକୁରଙ୍କ ନାମରେ ରେକଡଭୁକ୍ତ କରିବା ପାଇଁ ରାୟ ପ୍ରକାଶ କରିଥିଲେ । ମାତ୍ର ଜମି ମାଫିଆ ମାନେ ଓ ଅସାଧୁ ବ୍ୟବସାୟୀ ମାନେ ଏହି ରାୟ ବିରୁଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଯାହାକି ଉକ୍ତ ଜମି ଗୁଡିକ କୋର୍ଟରେ ବିଚାରଧୀନ ରହିଛି ଏଣୁ ଅର୍ଥ କାହାକୁ ପୈଠ ନକରାଯାଇ ସେହିପରି ସରକାରଙ୍କ ପାଖରେ ରଖାଯାଉ ବୋଲି ଆଇନଜୀବୀ ବିନାୟକ ମହାନ୍ତି ଜଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହି ସମ୍ବାଦିକ ସମ୍ମଳନୀରେ ସୁରକ୍ଷାମଞ୍ଚର ସମ୍ପାଦକ ଶ୍ୟାମସୁନ୍ଦର ସାହୁ, ପୁନିଆ ବେହେରା, ଉପସଭାପତି ତ୍ରିନାଥ ପ୍ରଧାନ, ବିନାୟକ ମହାନ୍ତି ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୨/୨୦୨୫--୭,୨୫