Breaking News

ମା କିର୍ଷ୍ଣାକାଳୀ ଓ ମା କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

 


ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ- ବରାଳ ରାସ୍ତାର ବଡହରିଶଙ୍କରପୁର ଠାରେ ମା କିର୍ଷ୍ଣାକାଳୀ ଓ ମା କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ୧୧ ତାରିଖରୁ ମନ୍ଦିରର ଭୂମୀପୂଜା ଅବସରରେ ଏକ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ନାମସଂକୀର୍ତ୍ତନ ସରିବା ପରେ ମନ୍ଦିର ପ୍ରତିଷ୍ଠା ପାଇଁ ଅଙ୍କୁରାରୋପଣ,  ୧୦୮ ଜଣ ପୁରୁଷ ଓ ମହିଳା ମାନେ ପୁଣ୍ୟତୋୟା ଭାର୍ଗବୀ ନଦୀର ଭୃଗୁ ଘାଟରୁ କଳସ ବୁଡାଇ ଅଭିମନ୍ତ୍ରିତ ଜଳକୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ମନ୍ଦିର ନିକଟକୁ ଆଣିଥିଲେ । ପ୍ରତିଦିନ ସୂର୍ଯ୍ୟପୂଜା, ଗୋପୂଜା, ବେଦପାଠ, ଚଣ୍ଡିପାଠ ଓ ରୁଦ୍ରାଭିଷେକ କରାଯାଇଥିଲା । ରବିବାର ଦିନ ଭଗବତୀଙ୍କ ସ୍ନାନ ଓ ଶୟନ କରାଯାଇଥିଲା ।


ସୋମବାର ଦିନ ଅପରାହ୍ନରେ ମନ୍ଦିର ନ୍ୟାସ , ମନ୍ଦିର ପ୍ରତିଷ୍ଠା, ପାଶ୍ୱର୍ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ଓ ଅନୁଷ୍ଠିତ ଯଜ୍ଞରେ ୧୦୮ ଘୃତରେ ପୂର୍ଣ୍ଣାହୁତି ଦେବା ପରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ପୂର୍ଣ୍ଣାହୂତି ସମୟରେ ଯଜ୍ଞ ମଣ୍ଡପରେ ଶହ ଶହ ମହିଳା, ପୁରଷ ଲୋକଙ୍କର ଅନ୍ନଚଡୁ ପାଇବା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା । ସଂଧ୍ୟାରେ ପୁରୋହିତ ଓ କର୍ତ୍ତାଙ୍କ ସହଯୋଗରେ ମା କିର୍ଣ୍ଣାକାଳୀ ଓ ମା କନକଦୁର୍ଗାଙ୍କ ମୂର୍ତ୍ତି ମନ୍ଦିରକୁ ପ୍ରବେଶ କରିଥିଲା । ହୁଳହୁଳି, ହରିବୋଲ ଶଙ୍ଗ, ଘଣ୍ଟ, ଘଣ୍ଟି ନାମସଂକୀର୍ତ୍ତନରେ ଉକ୍ତ ସ୍ଥିାନ ଭକ୍ତିମୟୀ ହୋଇ ଉଠିଥିଲା । ଅନୁଷ୍ଠିତ ଯଜ୍ଞରେ କର୍ତ୍ତା ଭାବେ ସତ୍ୟବାନ ନନ୍ଦ ଓ କର୍ତ୍ତୀ ଭାବେ ବାସନ୍ତୀ ନନ୍ଦ ରହିଥିବା ବେଳେ ମୁଖ୍ୟ ପୁରୋହିତ ଭାବେ ଦେବରାଜ ମିଶ୍ର ଯଜ୍ଞ କାର୍ଯ୍ୟ ତୁଳାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଦିବାକର ନନ୍ଦ, ବିନାୟକ ନନ୍ଦ, ସନ୍ତୋଷ ଶତପଥି ଓ ଜ୍ୟୋତି ରଜ୍ଞନ ମିଶ୍ର  ଓ ସ୍ଥାନୀୟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୭/୨/୨୦୨୫---୭,୧୫    Sakhigopal News ,17/2/2025

Blog Archive

Popular Posts