Breaking News

ବଡିବିଲଡିଙ୍ଗ୍ ରେ ବ୍ରୋଞ୍ଜ୍ ପଦକ ଜିଣି, ଭଂଜନଗର ପାଇଁ ଗୌରବ ଆଣିଲେ ସଞ୍ଜୟ



ଭଂଜନଗର - ବ୍ରୋଞ୍ଜ ପଦକ ଜିଣି, ଭଂଜନଗର ପାଇଁ ସୁନାମ ଆଣିଲେ ସଂଜୟ ।  ରାଜ୍ୟ ସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାର, ୮୦ କିଲୋ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି, ଏହି ସଫଳତା ହାସଲ କରିଛନ୍ତି ସଞ୍ଜୟ। ଏନେଇ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ, ଉତ୍ସାହ ଦେଖିବାକୁ ମିଳିଛି । ଭଂଜନଗର ସହର ଠାରେ ରହିଥିବା, ଷ୍ଟାର ଫିଟନେସ୍ ଜିମ୍ ର ପରିଚାଳକ ସଞ୍ଜୟ କୁମାର ଜେନାଙ୍କ ଗତ ସାଧାରଣ ତନ୍ତ୍ର ଦିବସରେ ବାଲେଶ୍ୱର ଠାରେ ଆୟୋଜିତ ମିଷ୍ଟର୍ ଓଡ଼ିଶା ବଡ଼ିବିଲ୍ଡିଂ ପ୍ରତିଯୋଗିତାରେ ଏହି ସଫଳତା ହାସଲ କରିଛନ୍ତି ।  ୮୦ କିଲୋ ବଡିବିଲ୍ଡିଂ  ବର୍ଗରେ ଭାଗନେଇ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ଏବେ ବେଶ୍ ଉତ୍ସାହିତ ।
୨୦୨୩ ମସିହାରେ ଯୁବ ବଡିବିଲ୍ଡର ସଞ୍ଜୟ କୁମାର, ଭଂଜନଗର ଠାରେ ଆରମ୍ଭ କରିଥିଲେ, ଷ୍ଟାର୍ ଫିଟନେସ୍ ଜିମ୍ । ସହର ସମେତ ଆଖପାଖ ଅଞ୍ଚଳର ପ୍ରାୟ ୭୦ ରୁ ଉର୍ଦ୍ଧ୍ବ ଯୁବଗୋଷ୍ଠୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ପ୍ରମୁଖ, ଏହି ଜିମ୍ ରେ ଦୈନିକ ଅଭ୍ୟାସ କରୁଛନ୍ତି । ସେହି କ୍ରମରେ କିଛି ଯୁବକ, ରାଜ୍ୟର ବିଭିନ୍ନ ବଡିବିଲ୍ଡିଂ ପ୍ରତିଯୋଗିତାରେ, ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।
ସଞ୍ଜୟଙ୍କ ଏହି ସଫଳତା ବ୍ୟତୀତ, ବେଲପାହାଡ଼ ଠାରେ ଉତ୍କଳଶ୍ରୀ ବଡିବିଲ୍ଡିଂ ପ୍ରତିଯୋଗିତାରେ ବ୍ରୋଞ୍ଜ୍ ପଦକ, ଗୁଜରାଟର ଡାମନ-ଡିୟୁ ଠାରେ  ୮୦ କିଲୋ ବର୍ଗରେ ଭାଗନେଇ ସ୍ବର୍ଣ୍ଣ ପଦକ ଏବଂ ଗୁଜୁରାଟର ବାପି ଠାରେ  ମଧ୍ୟ ରୈ।ପ୍ୟ ପଦକ ହାସଲ କରିବାରେ କୃତିତ୍ୱ ଅର୍ଜନ କରିଛନ୍ତି । ଯାହାକି ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।
ସଞ୍ଜୟ କୁମାରଙ୍କ ଏହି ସଫଳତା ଯୁବଗୋଷ୍ଠୀଙ୍କ ପାଇଁ  ଏବେ ପ୍ରେରଣା ସାଜିଥିବା ବେଳେ,  ଜିଲ୍ଲା ତଥା ଭଂଜନଗର ଅଞ୍ଚଳରେ, ସେ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୨/୨୦୨୫----୮,୪୫ Sakhigopal News,11/2/2025

Blog Archive

Popular Posts