ଜଟଣୀ ମହାବିଦ୍ୟାଳୟର ୪୯ତମ ସାମ୍ବସ୍ରିକ ଉତ୍ସବ ଅନୁଷ୍ଠିତ
ଜଟଣୀ, :ଆତ୍ମ ଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ୟମରେ ଶିକ୍ଷାନୁଷ୍ଠାନ ହିଁ ସାରସ୍ବତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ। ପ୍ରାକ୍ତନ ରାଜ୍ୟପାଳ ସ୍ଵର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତତ୍କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳରପ୍ରବନ୍ଧକ ସ୍ବର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ ୪୯ବର୍ଷ ତଳେ ଜ୍ଞାନର ଆଲୋକ ବିତରଣ ପାଇଁଗଢ଼ିଉଠିଥିବା ଅନୁଷ୍ଠାନ ଆଜି ସାରସ୍ବତ କ୍ଷେତ୍ରଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଜଟଣୀ ମହାବିଦ୍ୟାଳୟର୪୯ତମ ସାମ୍ବତ୍ସରିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଅଭିହିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବକୁମାର କରଙ୍କ ପୌରହିତ୍ୟରେ ଏକ ବର୍ଷାଜ୍ୟ ପରିବେଶଷର ୪୯ତମ ସାମ୍ବତ୍ସରିକ ଅନୁଷ୍ଠିତ ହୋଇଥିଲା। ଡ.ରାଜୀବ କର ୨୦୨୪-୨୫ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ, ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକ, ଭୁବନେଶ୍ଵର, ଶ୍ରୀଯୁକ୍ତ ରଜତ କୁମାର ମାନସିଂହ, ଉପନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗ ଓ ଶ୍ରୀଯୁକ୍ତସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ, ଜଟଣୀ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତଶିକ୍ଷାଗ୍ରହଣ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଉପଦେଶ ଦେଇଥିଲେ । ସାମ୍ବତ୍ସରିକ କମିଟିର ଆବାହକ ଡ.ଅନୁପ କୁମାର ମହାନ୍ତି ଅତିଥୁ ପରିଚୟ ପ୍ରଦାନ କରିଥିଲେ। ଦୀର୍ଘ ୨୫ଟି ବର୍ଷା, ବୈଶାଖ ଓ ବସନ୍ତକୁ ଅତିକ୍ରମ କରିଏହି ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିବା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରଅଧ୍ୟାପକ ଡ. ତପନ ମିଶ୍ର ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କୁ ମାନପତ୍ର ଓ ଉପଢୌକନପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା। ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଜିତକୁମାର ସୁନ୍ଦରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପରିଶେଷରେ ଅଧ୍ୟାପକ ଡ. ବିଜୟ ଶଙ୍କର ଧନ୍ୟବାଦଅର୍ପଣ କରିଥିଲେ। ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅମିତ ବିକ୍ରମ ପଟ୍ଟନାୟକ, ରଜନୀ କୁମାର ନାୟକ, କାର୍ତ୍ତିକଚନ୍ଦ୍ର ଦାସ, ପରମିତା ପ୍ରହରାଜ, ଡ. ପୁଷ୍ପାଞ୍ଜଳି ସାମଲ, ସୁଶାନ୍ତ କୁମାର ବାରିକ ଓ ସମସ୍ତ କର୍ମଚାରୀଙ୍କ ଉଦ୍ୟମରେଏହା ସଫଳ ହୋଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୫୫ Sakhigopal News,11/2/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୫୫ Sakhigopal News,11/2/2025