Breaking News

ସତ୍ୟବାଦୀ ମହୋତ୍ସବ ତୁତୀୟ ସଂଧ୍ୟାକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ପଞ୍ଚସଖା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ,ବିଳମ୍ବିତ ରାତିରେ ଉଦଯାପିତ ହେଲା ସତ୍ୟବାଦୀ ମହୋତ୍ସବ



ସାକ୍ଷୀଗୋପାଳ,--- ସତ୍ୟବାଦୀ ମହୋତ୍ସବ ତୁତୀୟ ସଂଧ୍ୟାକୁ ମୁଖ୍ୟଢ଼ନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ପୁରଷ ମହିଳା ମାନଙ୍କର ସମାଗମ ହୋଇଥିଲା । ମୁଖ୍ୟମନ୍ତ୍ରୀ ପ୍ରଥମେ ସାକ୍ଷୀଗୋପିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ମହୋତ୍ସବ ପଡିଆକୁ ଯିବା ବାଟରେ ଥିବା ଓଡିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ର ମାନଙ୍କ ସହ ଫଟୋ ଉଠାଇବା ସହ ସେଲଫି ନେଇଥିଲେ । ଏବଂ ସେଠାରେ ଓଡିଆର ଅସ୍ମୀତା ଦେଖି ବହୁ ଖୁସି ହୋଇଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ ଯେ ଓଡିଆ ନବ ଜାଗର ପୀଠ ହେଉଛି ସତ୍ୟବାଦୀ ।ଏହା ହେଉଛି ଏକ ପୁଣ୍ୟ ବା ପବିତ୍ର ମାଟି । ଯେଉଁ ମାଟିରେ ପଞ୍ଚସଖାଙ୍କ କର୍ମଭୂମି । ଏହି ପଞ୍ଚସଖାଙ୍କ ଓଡିଆ ଭାଷା ବା ଜାତି ପାଇଁ ଅବଦାନ ଅତୁଳନୀୟ । ଓଡିଆ ଭାଷା ଓ ସାହିତ୍ୟର ଗନ୍ତାଘର ହେଉଛି ସତ୍ୟବାଦୀର ବକୁଳବନ । ଏବେ ବକୁଳବନ ଜରାଜୀଣ୍‌ର୍ ଅବସ୍ଥାରେ ରହିଛି । ଏ ସରକାର ବହୁ ଶିଘ୍ର ବକୁଳବନର ପୁର୍ନଉଦ୍ଧାର କରିବା ସହ ସତ୍ୟବାଦୀର ବିକାଶକୁ ଆଗେଇ ନେବାକୁ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍‌ୀ ତାଙ୍କ ଭାଷଣରେ କହିଥିଲେ । ସାକ୍ଷୀଗୋପାଳ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଏବେଠାରୁ ଗଣତି ହେବ , ଚାଷୀ, ଚାଷ, ରାସ୍ତା, ସ୍ୱାସ୍ଥ୍ୟ, ମହିଳା ବିକାଶ, ଶିଳ୍ପ ଆଦି ଏଠାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ସାଂସଦ ଡ. ସମ୍ପିତ ପାତ୍ର, ପିପିଲିର ବିଧାୟକ ଆଶିତ ପଟ୍ଟନାୟକ ଓ ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ତଥା ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ର ଓ ଅନୁଷ୍ଠାନର ସମ୍ପାଦକ ଦୀପକ କୁମାର ଶତପଥି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପଞ୍ଚସଖା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ତମାଳ ମୁଖପତ୍ର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ଦୀପକ ଶତପଥି ଧନ୍ୟବାଦ ଦେଇଥିବା ବେଳେ ଅଜଂନ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଷଲ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଲିଉଡ ମ୍ୟୁଜିକାଲ ନାଇଟ ଭି ବିନିତି ସିଂହ ଓ ସଞ୍ଚିତା ଭଟ୍ଟଚାର୍ଯ୍ୟଙ୍କ ୍ରଗୁଫ ସଂଗୀତ ପରିବେଷଣ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀ ଜିଲ୍ଲାପାଳ, ଏସପିଙ୍କ ସହିତ ଅତିରିକ୍ତ ଏସପି, ଏସଡିପିଓ, ସତ୍ୟବାଦୀ ତହସିଲଦାର, ବିଡିଓ ପ୍ରମୁଖ ଅଧିକାରୀ ମାନେ ସତ୍ୟବାଦୀ ମହୋତ୍ସବ ପଡିଆରେ ଉପସ୍ଥିତ ରହିଥଲେ ।

ସାକ୍ଷୀଗୋପାଳରୂ ଧିରେନ୍ଦ୍ର ସେନାପତି,୧୬/୨/୨୦୨୫---୧୦.୨୫   Sakhigopal News  16/2/2025


Blog Archive

Popular Posts