Breaking News

ସତ୍ୟବାଦୀ ମହୋତ୍ସବ ପାଇଁ ସଜେଇ ହେଲାଣି ସାକ୍ଷୀଗୋପାଳ, ଆକର୍ଷଣ ସାଜିବ ପଞ୍ଚସଖାଙ୍କ ଜ୍ୟୋତିଯାତ୍ରା

  


ସାକ୍ଷୀଗୋପାଳ----- ସତ୍ୟବାଦୀରେ ଅଁଳାନବମୀ ପର୍ବ ପରେ ସେପରି କୌଣସି ଯାତ୍ରା ବା ମହୋତ୍ସବ ନଥିଲା । କିଛି ବର୍ଷ ହେବ ଯୋଡି ହୋଇଛି ସତ୍ୟବାଦୀ ମହୋତ୍ସବ । ଏବେ ମହୋତ୍ସବ ପାଇଁ ମହୋତ୍ସବ ପଡିଆ ଠାରୁ ପ୍ରାୟ ସାକ୍ଷୀଗୋପାଳ ଚନ୍ଦନପୋଖରୀ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗ ଆଲୋକମାଳରେ ସୁସଜିତ ହୋଇ ଗଲାଣି । ବକୁଳବନ ଓ ସତ୍ୟବାଦୀ ହାଇସ୍କୁଲ ପାଚେରୀ ବିଭିନ୍ନ କରାରେ ସଜ୍ଜିତ କରାଯାଇଛି । ଏହି ମହୋତ୍ସବ ଉପଭୋଗ କରିବା ପାଇଁ ସତ୍ୟବାଦୀର ଜଣସାଧାରଣ ଅପେକ୍ଷା କରିଥାନ୍ତି । ସତ୍ୟବାଦୀ ମହୋତ୍ସବ ତିନଦିନ ଧରି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିବସରେ ବା ପ୍ରଥମ ଦିନରେ  ପଞ୍ଚସଖା ମହାପୁରଷଙ୍କ ଜ୍ୟୋତିଯାତ୍ରା ସେମାନଙ୍କ ଜନ୍ମସ୍ଥାନରୁ ଜ୍ୟୋତି ସଂଗ୍ରହ କରାଯାଇ ସତ୍ୟବାଦୀ ମହୋତ୍ସବ ତଥା ବକୁଳବନ ମୁକ୍ତାକାଶ ରଙ୍ଗମଞ୍ଚକୁ ଆସିଥାଏ । ଏହି ଜ୍ୟୋତି ଯାତ୍ରା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବିରାଟ ବଡ ଶୋଭାଯାତ୍ରାରେ ଆସିଥାଏ । ଏହି ଶୋଭାଯାତ୍ରାରେ ଓଡିଶାର ପାରମ୍ପାରିକ ନୃତ୍ୟୁ, ସହ ସଂକୀର୍ତ୍ତନ, ଘୋଡାନାଚ, ପାଇକ ଆଖେଡା, ଶବର ଶବରୁଣି, ବୁଡା ବୁଡି, ବଗ ବଗୁଲି, ଷଣ୍ଢ, ଦୁର୍ଗାମେଡ, କଣ୍ଢେଇନାଚ, ବାଜା,  ଯାହାକି ବସଷ୍ଟାଣ୍ଡ ଠାରୁ ବକୁଳବନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଜନସାଧାରଣ ଜ୍ୟୋତିଯାତ୍ରାକୁ ସ୍ୱାଗତ କରିବା ସହ ଶୋଭାଯାତ୍ରା ଦେଖିବା ପାଇଁ ଭିଡ ଲାଗିଥାଏ । ସେହିପରି ସତ୍ୟବାଦୀ ମହୋତ୍ସବ ପଡିଆରେ ସରକାରୀ ଓ ବେସରକାରୀ ବିଭିନ୍ନ ଷ୍ଟଲ ପଡିବା ସହ ମୀନାବଜାର ଓ ଫାଣ୍ଟଫୁଡ ଦେକାନ ବଜାର ଖୋଲିଥାଏ । ଏହି ତିନିଦିନ ରାତ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କ ସହିତ ବିଭିନ୍ନ ନାମୀଦାମୀ ସଂଗୀତ କଳାକାରଙ୍କ ମନଛୁଆଁ ସଂଗୀତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ସତ୍ୟବାଦୀ ମହୋତ୍ସବକୁ ବେଶ ଉପଭୋଗ କରିଥାନ୍ତି । ସତ୍ୟବାଦୀ ମହୋତ୍ସବରେ ମୁଖ୍ୟମନ୍ତ୍‌ାୀଙ୍କ ସହିତ ବିଭିନ୍ନ ନେତା, ମନ୍ତ୍ରୀ ଓ କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥବା ମହୋତ୍ସବର ସମ୍ପାଦକ ଦୀପକ କୁମାର ଶତପଥୀଙ୍କ ଠାରୁ ସୁଚନା ମିଳିଛି । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୫---.୪,୨୦    Sakhigopal News, 13/2/2025

Blog Archive

Popular Posts