Breaking News

ସତ୍ୟବାଦୀର ଧାନ ମଣ୍ଡିରେ ପନ୍ଦର ଦିନ ହେବ ଧାନ ପଡି ରହିଛି ; ବିଜେଡି ସରକାରଙ୍କ ଠାରୁ ଅଧିକ କଷ୍ଟ ଦେଲା ବିଜେପି ସରକାର


 


ସାକ୍ଷୀଗୋପାଳ----- ସତ୍ୟବାଦୀର ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପରିସରରେ ଥିବା ଧାନ ମଣ୍ଡିରେ ଏବେ ପନ୍ଦର ଦିନ ହେବ ଚାଷୀ ମାନେ ଧାନ ଥୋଇ ବସିରହିଛନ୍ତି । ପାଳି କରି ଧାନ ଜଗୁଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ପେଣ୍ଠପଡା, ଜୟପୁର, ଶ୍ରୀରାମଚନ୍ଦ୍ରପୁର, ମୂଳଅଳସା ଓ ବିଶ୍ୱନାଥପୁର ସମବାୟ ସମିତି ପକ୍ଷରୁ ଗୋଟିଏ ଯାଗାରେ ଧାନ ମଣ୍ଡି କରାଯାଇଛି । ସେଥି ମଧ୍ୟରୁ ପେଣ୍ଠପଡା , ଜୟପୁର ଓ ମୂଳଅଳସା ସମବାୟ ସମିତିକୁ ମିଳିଥିବା ଧାନ କିଣିବା ପାଇଁ ଟ୍ରାଗେଟ ସରି ଯାଇଛି । ମାତ୍ର ଉକ୍ତ ସମବାୟ ସମିତିରେ ପ୍ରାୟ ୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ  ରହିଛି । ମାତ୍ର ସେମାନଙ୍କୁ ମିଳୁଛି ମାତ୍ର ୨ଶହ କୁଇଣ୍ଟାଲ ଧାନ  କିଣିବା ପାଇଁ ଅନୁମତି ମିଳୁଛି । ଯାହାକୁ ନେଇ ସମବାୟ ସମିତିର ସମ୍ପାଦକ ମାନେ ଏବେ କ’ଣ କରିବେ କିଛି ଜାଣି ପାରୁନାହାନ୍ତି । କେଉଁ ଚାଷୀକୁ କହିବେ କାହାକୁ କହିବେନି ତାହା ଏବେ ପ୍ରଶ୍ନ ହୋଇ ପଡିଛି । ସେହିପରି କେତେକ ମିଲର ମାନଙ୍କର ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ମିଳିଥବା ଅନୁମତି ଶେଷ ହୋଇଯାଇଛି । ସେମାନେ ଏବେ ଧାନ ଉଠାଇବାକୁ ଆସୁନାହାନ୍ତି । ଅନ୍ୟ ପକ୍ଷେ ଚାଷୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନଟବର ଭୋଇ ପ୍ରଫୁଲ ଦାସ, ରଘୁବାରିକ  ଓ ନବଘନ ଜେନା ପ୍ରମୁଖ କହନ୍ତି ପୂର୍ବତନ ସରକାରଙ୍କ ଠାରୁ ଏ ସରକାରଙ୍କ କଷ୍ଟ ଅଧିକ ହେଲା । ଗୋଟିଏ ପକ୍ଷେ ଧାନ ଦର ବଡାଇଲେ ଅନ୍ୟ ପକ୍ଷେ କୁଇଣ୍ଟାଲ ପିଛିା ୬ରୁ ୮ କେଜି କାଟ ନେଲେ । ତମର ଯେତେ ଭଲ ଧାନ ହେଉଥାଉ ପଛେ କାଟ ନ ଦେଲେ ଧାନ ଉଠୁନାହିଁ  ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଧାନ ମଣ୍ଡ ହେଉଥିବା ଯାଗାରେ କେବଳ ସିସିଟିଭି କ୍ୟାମେରା ଓ କେତେକ ଯାଗାରେ ଲାଇଟି ଲଗାଇ ଦେଇ ଚୁପ ହୋଇ ବସିରହିଛନ୍ତି । ଚାଷୀ ମାନେ ସାଧାରଣତ ଶୌଚାଳୟ, ପାନୀୟ ଜଳର କୌଣସି ସୁବିଧା ନଥିବା ବେଳେ ଧାନ ମଣ୍ଡିର କିଛି ଅଂଶ ଭାଙ୍ଗି ରୁଜି ଗଲାଣି । ଏପରିକି ଚାଷୀ ମାନେ ଖରା କାକରରେ ପଡିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ସାକ୍ଷୀଗୋପାଳରେ ଥିବା ସମବାୟ ସମିତିକୁ ମାଗିଥିବା ଟ୍ରାଗେଟ ଦିଆଯିବା ସହ ଧାନ ମଣ୍ଡିରେ ପଡି ରହିଥିବା ଧାନ ଗୁଡିକ ତୁରନ୍ତ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସତ୍ôୟାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ନିବଦେନ କରିଛନ୍ତି । ସେହିପରି ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକର ସମବାୟ ସମିତିର ସମ୍ପସାରଣ ଅଧିକାରୀ ତଥା ଧାନ କିଣାର ନୋଡଶଲ ଅଫିସର ଦେବଦତ୍ତ ତ୍ରିପାଠୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ଧାନ ମଣ୍ଡିରେ ପଡି ରହିଥିବା ଜିଲ୍ଲା ପ୍ରଶାସନ ଓ ଅଧିକାରୀ ମାନେ ଜାଣିଛନ୍ତି ବହୁ ଶିଘ୍ର ଉକ୍ତ ଧାନ ଗୁଡିକ ଉଠିବା ସହ ଯେଉଁ ସୋସାଇଟି ଗୁଡିକର ଟ୍ରାଗେଟ ସରି ଯାଇଛି ସେମାନଙ୍କୁ ଅଓôକ ଟ୍ରଗେଟ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୨/୨୦୨୫-----୭.୧୫    Sakhigopal News, 18/2/2025

Blog Archive

Popular Posts