Breaking News

ପ୍ରଥମ ଦିନରେ ୧୬ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ

  

ସାକ୍ଷୀଗୋପାଳ,---ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ଦିନରେ ଫାଷ୍ଟ ଲାଙ୍ଗୁଏଜେ  ( ଓଡିଆ) ରହିଥିଲା । ସତ୍ୟବାଦୀରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏ ବର୍ଷ ନୋଡାଲ ସେଣ୍ଟର କରାଯାଇଛି । ଏହି ନୋଡାଲ ସେଣ୍ଟର ଅଧିନରେ ୭ ଗୋଟି ପରୀକ୍ଷା ସେଣ୍ଟର ରହିଛି । ୧୦୩୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ପ୍ରଶ୍ନପତ୍ର ଓ ଖାତା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ବିଭିନ୍ନ କାରଣରୁ ଅନୁପସ୍ଥିତ ରହିଥବା ନୋଡାଲ ସେଣ୍ଟର ଦାୟତ୍ୱରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାଶଙ୍କ ଠାରୁ ସୁଚନା ମିଳିଛି । ନୋଡାଲ ସେଣ୍ଟର ଅଧିନରେ ଥବା ପରୀକ୍ଷା ସେଣ୍ଟର ଗୁଡିକ ହେଲ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୧୫୨ ଜଣ ପରୀକ୍ଷା ଦେବା ସ୍ଥଳେ ୧୪୯ ଜଣ ପରୀକ୍ଷା ଦେଇଛନ୍ତି ୩ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୭୪ ଜଣଙ୍କ ମଧ୍ୟରୁ ୧୭୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ତିନିଜଣ ଅନୁପସ୍ଥିତ ରହିଛନ୍ତି, ରାୟଚକ୍ରଧରପୁର ÷ାଇସ୍କୁଲରେ ୧୩୨ଜଣଙ୍କ ମଧ୍ୟରୁ ୧୩୧ ଜଣ ପରୀକ୍ଷା ଦେଇଛନ୍ତି ଜଣେ ଅନୁପସ୍ଥିତ ରହିଛି, ଯାଗେଶ୍ୱରୀ ବିଦ୍ୟାପୀଠରେ ୧୦୯ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୧୦୬ଜଣ ପରୀକ୍ଷା ଦେଇଛନ୍ତି ୩ଜଣ ଅନୁପସ୍ଥିତ ରହିଛନ୍ତି । ନୂଆସୋମୋଶ୍ୱରପୁର ହାଇସ୍କୁଲରେ ୧୪୪ ଜଣ ପରୀକ୍ଷା ଦେବା ପାଇଁ ସ୍ଥିତର ହୋଇଥିବା ବେଳେ ୧୪୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ୪ ଜଣ ଅନୁପସ୍ଥିତ ରହିଛନ୍ତି । ଜୟଦୁର୍ଗା ନୋଡାଲ ପରୀକ୍ଷା ସେଣ୍ଟରରେ ୧୩୦ ଜଣଙ୍କ ମଧ୍ୟରୁ ୧୨୯ ଜଣ ପିଲା ପରୀକ୍ଷା ଦେଇଛନ୍ତି ଜଣେ ଅନୁପସ୍ଥିତ ରହିଛନ୍ତି । ସେହିପରି ଗୋପିନାଥ ବିଦ୍ୟାପୀଠ ବିଶ୍ୱନାଥପୁର  ହାଇସ୍କୁଲରେ ୧୯୪ ଜଣ ପିଲା ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ମାତ୍ର ଜଣେ ପିଲା ପରୀକ୍ଷା ଦେଇନଥିବା ଜଣାପଡିଛି ।  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୫---୭,୨୫    Sakhigopal News, 21/2/2025

Blog Archive

Popular Posts