ଜବର ଦଖଲରେ ସରକାରୀ ଜମି ଓ ପାଣି ନାଳ , ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ
ଜଟଣୀ :--ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଜମି ଦର ଏବେ ଆକାଶ ଛୁଆଁ l ଜମି ବେପାର କରି ବିଲଡର ମାନେ ଏବେ କୋଟି କୋଟି ଟଙ୍କାଆୟ କରୁଛନ୍ତି l ନିଜ ପ୍ଳଟିଙ୍ଗ ପ୍ରୋଜେକ୍ଟ ପାଇଁ ଜଳାଶୟ, ଗୋଚର, ଖେଳ ପଡିଆ, ପାଣି ନାଳ ଇତ୍ୟାଦି ସରକାରୀ ଜମିକୁ କରୁଛନ୍ତି ଜବରଦଖଲ l ସବୁ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ l ସୂଚନା ମୁତାବକ ଜଟଣୀ କିଷ୍ଟ ମହାବିଦ୍ୟାଳୟ ନିକଟରେ ଥିବା ପାଣି ନାଳ ଯାହାକି ଗଙ୍ଗପଡା ଜାତୀୟ ରାଜପଥ ଦେଇ ଉପର ବସ୍ତ, ଷଣ୍ଢପୁର, ଗୋବିନ୍ଦ ପୁର, ଗୋପୀନାଥ ପୁର ଦେଇ ଗଙ୍ଗୁଆ ନାଳରେ ସଂଯୋଗ ହୋଇଛି l ଏହି ନାଳରେ ଗ୍ରୀଷ୍ମ ଦିନେ ମଧ୍ୟ ପାଣିର ଅଭାବ ରହେ ନାହିଁ l ତେଣୁ ଚାଷୀ ମାନେ ଖରାଦିନେ ମଧ୍ୟ ଚାଷ କରି ଅର୍ଥ ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି l କିନ୍ତୁ ବର୍ତ୍ତମାନ କିଛି ଜମି ମାଫିଆ ଏବଂ ଅଟ୍ଟାଳିକା ନିର୍ମାଣ କାରି ସଂସ୍ଥା ନିରୀହ ଚାଷୀଙ୍କ ଠାରୁ ଚଞ୍ଚକତା କରି ଚାଷ ଜମିକୁ ପ୍ଳଟିଙ୍ଗ କରି ବିକ୍ରି କରିବା ପାଇଁ ପଥର ପାଚେରୀ ନିର୍ମାଣ କରିବା ଦ୍ୱାରା ନିକଟରେ ଚାଷୀ ମାନଙ୍କ ଜମିରେ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହି ଭଳି ବର୍ଷା ଦିନେ ନାଳରେ ଜଳ ନିଷ୍କାସନ ନ ହେବା ଦ୍ୱାରା ଜମିରେ ପାଣି ମାଡିଜାଇ ଚାଷ ବାସ ଉଜୁଡି ଯାଉଛି l ବଡ଼ ଦୁଃଖର ବିଷୟ ଏହି କିଛି ଦିନ ହେବ ଜମି ମାଫିଆ ଏବଂ ନିର୍ମାଣ କାରି ସଂସ୍ଥା ମଧ୍ୟରେ ପ୍ରତିଯୋଗିତା ମୂଳକ ପାଣି ନାଳ ପାଖରେ ଥିବା ଗୋବିନ୍ଦ ପୁର ଏବଂ ଷଣ୍ଢପୁର ମୌଜାର ଖାତା ନଂ ୩୩୪,ଏରିଆ ୩୫ ଏକର ୮୬୬୦ ଡ଼ିସିମିଲ ଜମିକୁ ଜୈନିକ ବିଲଡର ସଂସ୍ଥା ଓ ଜମି ମାଫିଆ ମାନେ ନୂଆ ଶଙ୍ଖର ପୂର୍ବ ପାର୍ଶ୍ୱରେ ଥିବା ସରକାରୀ ଜମି, ପାଣି ନାଳ ତଥା ହୁଡ଼ାକୁ ଭାଙ୍ଗି ପାଚେରୀ ନିର୍ମାଣ କରିବା ଏବଂ ପଶ୍ଚିମ ପାର୍ଶ୍ୱରେ ଥିବା ଜୋର, ହୁଡ଼ାକୁ ସମ୍ପୂର୍ଣ୍ଣ ଭାଙ୍ଗି ୫୦ ଫୁଟର ଉର୍ଦ୍ଧ ରାସ୍ତା ନିର୍ମାଣ କରି ପ୍ଲଟିଙ୍ଗ ଜମି ବିକ୍ରିପାଇଁ ଉଦ୍ୟମ ଚଳାଇ ଛନ୍ତି l ଏହାର ପାର୍ଶ୍ୱ ଥିବା ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟକ ଦିନ ତହସିଲଦାର, ବିଡ଼ିଓ, ପୌରନିର୍ବାହୀ ଅଧିକାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ନାହିଁ l ସ୍ଥାନୀୟ ଲୋକ ପ୍ରତିନିଧି, ବିଧାୟକ, ସାଂସଦ, ବ୍ଲକ ଅଧକ୍ଷ, ପୌରାଧକ୍ଷ କାହାରି ଦୃଷ୍ଟି ଗୋଚର ହେଉନାହିଁ l ବିଲଡର ସଂସ୍ଥା ଠାରୁ ମୋଟା ଅଙ୍କର ଅର୍ଥ ନେଇ ସରକାରୀ ଜମିକୁ ଜବର ଦଖଲ କରିବା, ପୋଖରୀ ହୁଡ଼ା, ପାଣି ନାଳକୁ ଜବରଦଖଲ ରେ ସାହାଯ୍ୟ କରୁଥିବା ବିଶେଷ ସୂତ୍ରରୁ ପ୍ରକାଶ l ଏହା ଉପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସରକାର ବିରୋଧରେ ଜନସ୍ୱାର୍ଥ ମାମଲା ବା (ପି.ଆଇ.ଏଲ) କରିବା ପାଇଁ ଚାଷୀ ଏକାଠି ହେବା ସୂଚନା ମିଳିଛି l ଜିଲ୍ଲାପାଳ ମହାଶୟ ସ୍ଥାନ ପରିଦର୍ଶନ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହାର ମୁକ୍ତି ପାଇଁ ସ୍ଥାନୀୟ ଚାଷୀ ପାର୍ଥନା କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୪୫ Sakhigopal News,11/2/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୫----୮,୪୫ Sakhigopal News,11/2/2025