କାର ଧକ୍କାରେ ଅଷ୍ଟମ ଶ୍ରେଣୀର ଛାତ୍ରର ମୃତ୍ୟୁ
ସାକ୍ଷୀଗୋପାଳ,----- ଆଜି ସଖାଳ ୭.୦୦ ଘଟିକା ସମୟରେ ଦିବ୍ୟ ରଞ୍ଜନ ଭୋଳ @ ବାବୁନାଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଯାଇଛି। ବୟସ – ୧୩ , ପିତା- ଗଙ୍ଗାଧର ଭୋଳ (୪୫) ଗ୍ରାମ- ଅରେଇପଡା ଥାନା-ଚନ୍ଦନପୁର ଜିଲା –ପୁରୀ । ଯିଏକି ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେ ସତ୍ୟବାଦୀ ଥାନା ଅନ୍ତଗର୍ତ ଭଟପୁର ଗ୍ରାମ ରାଉତ ସାହିରେ ତାଙ୍କ ମାମୁଙ୍କ ପାଖରେ ରହୁଥିଲେ । ସେ ଆଜି ସଖୀଗୋପାଳ କଲେଜ ଛକରୁ ଜଳଖୁଆ ଖାଇ ଘରକୁ ଫେରୁଥିବା ସମୟରେ ୩୧୬ନଂ ଜାତୀୟ ରାଜପଥରେ କାଦୁଅ ଛକ ପୂର୍ବରୁ ପୁରୀରୁ ଭୁବନେଶ୍ବର ଆଡକୁ ଯାଉଥିବା ଏକ କାର ଯାହାର ନମ୍ବର OD02-CZ-9594କୁ ଚାଳକ ମାନସ ସାହୁ ପି ଗିରିଧାରୀ ସାହୁ ପ୍ଲଟ ନମ୍ବର ୨୧୩ ଫେଜେ-୩, ଡ଼ୁମୁଡୁମା, ଥାନା- ଖଣ୍ଡଗିରୀ, ଜିଲ୍ଲା ଖୋର୍ଦ୍ଧା ବେପରୁଆ ଭାବରେ ଗାଡିକୁ ଚଳେଇ ଆଣି ଦିବ୍ୟ ରଞ୍ଜନକୁ ଧକା ଦେଇଥିଲା । ଯାହା ଫଳରେ ଦିବ୍ୟ ରଞ୍ଜନ ଗୁରୁତର ହୋଇ ପ୍ରଥମେ ସଖୀଗୋପାଳ ମେଡିକାଲ ଓ ପରେ ପୁରୀ ମେଡିକାଲ ଓ ଶେଷରେ ଭୁବନେଶ୍ବର ସମ ହସ୍ପିଟଲ ନେବା ବାଟରେ ‘ମୁତ୍ୟୁ ହୋଇଯାଇଥିଲା । ଏହି ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ସ୍ଥାନୀୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତେଜିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଜବତ କରିବା ସହ ଗାଡିର ଡ୍ରାଇଭର ମାନସ ସାହୁ ଅଟକ ଅଛନ୍ତି । ଏହି ଘଟଣାରେ ମୃତକଙ୍କ ପିତା ଗଙ୍ଗାଧର ଭୋଳଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା ମକଦମା ନମ୍ବର ୩୭ ତା ୧୧.୦୨.୨୦୨୫ ଦଫା ୨୮୧/୧୦୬( 1) ବିଏନଏସ ରେ ରୁଜୁ ହୋଇଛି ଓ ଏହାର ତଦନ୍ତ ଭାର SI ପ୍ରିୟତମା ପ୍ରଧାନ ଙ୍କୁ ଦିଆଯାଇଛି । ଆଜି ମୁତଫା ର postmortom କରାଯାଇ ମର ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୂଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୨/୨୦୨୫----୯,୫୦ Sakhigopal News,11/2/2025