Breaking News

ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଡେଲାଙ୍ଗ,
ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର  ପ୍ରଧାନଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ,ମୁଖ୍ୟ ବକ୍ତା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ, ସମ୍ମାନିତ ଅତିଥି ରୂପେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିସଙ୍କ, ଶ୍ରୀ ପୁରୁଷୋତ୍ତମପୁର ପଞ୍ଚାୟତର ସରପଞ୍ଚ ହିରନ୍ୟମୟୀ ମହାପାତ୍ର,  ଡାକ୍ତର ସଂଯୁକ୍ତା ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା,କମିଟି ସଭାପତି ଅକ୍ରୁର ବରାଳ, ଆଲୁମିନୀ ସଭାପତି ଅସିତ୍ କୁମାର ମିଶ୍ର ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀମାନେ ଭଲ ମଣିଷ ହେବାପାଇଁ ଉତ୍ତମ ବ୍ୟବହାର, ପରିଶ୍ରମ ଓ  ପାଠପଢ଼ା ରେ ମନ ଦେଇ ବିଦ୍ୟାଳୟ ଯଶ ରଖିବାକୁ ଅତିଥି ମାନେ ଉପଦେଶ ଦେଇଥିଲେ। ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି   ଓ ଜଗନ୍ନାଥଙ୍କ ବିଗ୍ରହରେ ମାଲ୍ୟାର୍ପଣ ପ୍ରଦାନ ପରେ ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ଅଫିସ୍ ଗୃହ ଓ ଖେଳ ପଡିଆ ଅଭାବ ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ  ଶୁଭଶ୍ରୀ ମହାପାତ୍ର,ସବିତା ପାଢ଼ୀ , ସ୍ନେହଲତା ସାହୁ ପୁଷ୍ପ ଗୁଚ୍ଛ  ଓ ଉପଢ଼ୌକନ ପ୍ରଦାନ କରିଥିଲେ।ଶିକ୍ଷକ ମିହିର କୁମାର ମିଶ୍ର , ରତ୍ନାକର ଚମ୍ପତି,ସୌମ୍ୟ ରଞ୍ଜନ ବେହେରା,ସତ୍ୟବ୍ରତ ମିଶ୍ର ବିଭିନ୍ନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ଶିକ୍ଷକ ବଳରାମ ଶବର, ସୁକୁମାର ନାୟକ ଓ ନିକୁ ପ୍ରଧାନ ସାଂସ୍କୃତିକ କାର୍ଯକ୍ରମ ପାଇଁ ରୂପ ସଜ୍ଜା କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ  ପଲିଶ୍ରୀ ସେଠୀ ,ଶିକ୍ଷକ ବସନ୍ତ ପ୍ରଧାନ ଓ କ୍ରୀଡ଼ା  ଶିକ୍ଷୟିତ୍ରୀ  ନନ୍ଦିତା ରାଣୀ ବେହେରା ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ। ଶିବ ପ୍ରସାଦ ଶତପଥୀ ,ରବି ବିଶ୍ଵାଳ,ଲଳିତ ସାହୁ ,ଲକି ମିଶ୍ର ,ବେଣୁଧର ମେଣ୍ଟା ପ୍ରମୁଖ ସହଯୋଗ କରିଥିଲେ।। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୫----୮,୧୦ Sakhigopal News,13/2/2025

Blog Archive

Popular Posts