ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୬ିତମ ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ,--- ମନ୍ଦିର ପଛପଟେ ଅବସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପରିସରରେ ଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟର୍ପଣ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଆଚାର୍ଯ୍ୟ ହରିହର ଙ୍କ ନାମରେ ପ୍ରତିଷ୍ଠିତ ଅନୁଷ୍ଠାନଭଲ ମଣିଷ ତିଆରି କରିବା ସହ ଆଚାର୍ଯ୍ୟଙ୍କ ଚରିତ୍ରଓଶୃଙ୍ଖଳାକୁ ଅନୁସରଣ କରିବାକୁ ସେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର ଉପସ୍ଥିତଥିବା ଅନ୍ତୋବାସୀ ମାନଙ୍କୁ କହିଥିଲେ କଠୋର ପରିଶ୍ରମ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହିତ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ ଯୋଗ ଦେଇ ପ୍ରତି ପିଲାଙ୍କ ମଧ୍ୟରେ ପ୍ରତିଭା ରହିଛି, ତାହାର ଉପଯୋଗ କରିବା ସହ ଆଚାର୍ଯ୍ୟ ହରିହରଙ୍କ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ଅଧ୍ୟକ୍ଷତା କରିଥିଲେ । ବର୍ତ୍ତମାନ ୨୫ ଜଣ ଏଠାରେ ରହୁଥିବା ବେଳେ ଏହାକୁ ୫୦ ଜଣ ପିଲାଏଠାରେ ରଖିବା ପାଇଁ ଉପସଭାପତି ଦାବି କରିଥିଲେ । ଶ୍ୟାମ ପ୍ରକାଶ ସେନାପତି ସଭାକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ, ବିବରଣି ପାଠ କରିଥିଲେ । ଅନୁଷ୍ଠାନର ଅଧୀକ୍ଷକ ସୁବୋଧ କୁମାର ସ୍ୱାଇଁ, ମୀନାକ୍ଷୀ ପାରିକ, ଶୁଭ୍ରଜିତା ଶୁଭଦର୍ଶନୀ, ଜ୍ୟୋତିରାଣୀ ମିଶ୍ର, ଶାନ୍ତନୁ କୁମାର ପାତ୍ର, ଲକ୍ଷ୍ମୀଧର ସାହୁ, ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୫---୭,୨୫ Sakhigopal News, 21/2/2025