ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଳକକୁ ଶୋଲରେ ଲୁଚାଇଲେ , ଏହାକୁ ନା ପସନ୍ଦ କଲେ ସତ୍ୟବାଦୀର ବୁଦ୍ଧିଜୀବୀ
ସାକ୍ଷୀଗୋପାଳ,--- ସତ୍ୟବାଦୀରେ ସତ୍ୟବାଦୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏବେ ମହୋତ୍ସବ ପାଇଁ ମହୋତ୍ସବ ପଡିଆ ଠାରୁ ପ୍ରାୟ ସାକ୍ଷୀଗୋପାଳ ବଜାର ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ହୋଡିଂ ଲାଗିଛି । ସତେ ଯେପରି ଏହା ସତ୍ୟବାଦୀ ମହୋତ୍ସବ ନୁହେଁ ଏହା ହେଉଛି ବିଜେପି ମହୋତ୍ସବ ବୋଲି ସାକ୍ଷୀଗୋପାଳର ବୁଦ୍ଧଜୀବୀ ମାନେ ଆଲେଚନା କରୁଛନ୍ତି । ଯୁଆଡେ ଦେଖିବ ସିଆଡେ ସତ୍ୟବାଦୀର ମହୋତ୍ସବ ବ୍ୟାନର ଅପେକ୍ଷା ଦଳୀୟ ବ୍ୟାନର ଓ ହୋଡିଂ ଅଧିକ ଲାଗିଛି । ସେହିପରି ସତ୍ୟବାଦୀ ମହୋତ୍ସବରେ ତିନିଦିନ ଧରି ବିରୋଧୀ ବା ବିଜେଡି ବା କଂଗ୍ରେସ ଦଳର ପୂର୍ବତନ ବିଧାୟକଙ୍କ ନାମ ମଧ୍ୟ ରଖାଯାଇନାହିଁ । ସେମାନଙ୍କୁ ସତ୍ୟବାଦୀ ମହୋତ୍ସବରେ ସାମିଲ କରିବା ପାଇଁ ଯେପରି ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଓ ସମ୍ପାଦକଙ୍କ ଇଛା ନଥିବା ପରି ଲାଗିଛି ବୋଲି ସ୍ଥାନୀୟ ଲୋକମାନେ ଆଲେଚନା କରୁଛନ୍ତି । ଅନ୍ୟପକ୍ଷେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପତିଷ୍ଠା ଆମ ପାଇଁ ଏକ ଗୌରବ ବା ବଡ କଥା ଅତିଥି ମାନେ କହୁଥବା ବେଳେ ସେହି ଓଡିଆ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନର ଫଳକ କ’ଣ ଆମ ପାଇଁ ଗର୍ବ ବା ଆମର ସନ୍ତକ ନୁହେଁ । ଉକ୍ତ ଫଳକକୁ ଲୁଚାଇଦେବା କେତେଦୁର ଠିକ । ସବୁଠାରୁ ବଡ କଥା ହେଉଛି ଏ ବର୍ଷ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ବକୁଳବନ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ୯ା୧୦ା୨୦୧୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ କରକମଳରେ ଓଡିଆ ବିଶ୍ୱବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ସନ୍ତକ ହୋଇ ରହିଛି । ସତ୍ୟବାଦୀ ମହୋତ୍ସବ ୮ ବର୍ଷ ଧରି ଏଠାରେ ଅନୁଷ୍ଠିତ ହୋଇଆସୁଛି । ମାତ୍ର ଉକ୍ତ ଫଳକ ସେହିପରି ଜନସାଧାରଣ ଦେଖି ଆସୁଥିଲେ । ମାତ୍ର ଏ ବର୍ଷ ସତ୍ôୟାଦୀ ମହୋତ୍ସବ କମିଟି ପକ୍ଷରୁ ଉକ୍ତ ଫଳକକୁ ଲୁଚାଇବା ପାଇଁ ତା ଉପରେ ଶୋଲ ଓ କନା ଗୁଡାଇ ରଖାଯାଇଛି । ଯାହାକି ସତ୍ୟବାଦୀ ମହୋତ୍ସବ ଦଳୀୟ ମହୋତ୍ସବ ବୋଲି ପ୍ରମାଣ କରାଯାଉଛି ବୋଲି ସ୍ଥାନୀୟ ବୁଦ୍ଧଜୀବୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୫---୭,୨୫ Sakhigopal News, 15/2/2025