Breaking News

୧୮ରେ ପକ୍ଷୀ ଗଣନା ପାଇଁ ତାଲିମ ଶିବିର



ଭଞ୍ଜନଗର -   ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ରେ ଚଳିତ ମାସ ୧୮ ତାରିଖରେ ପକ୍ଷୀ ଗଣନା ହେବ। ତେଣୁ ବୁଧବାର ଦିନ ପକ୍ଷୀ ଗଣନା ଉପରେ କର୍ମଚାରୀ ଏବଂ  ଛାତ୍ରଛାତ୍ରୀଙ୍କୁ  ନେଇ, ସ୍ଥାନୀୟ ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ, ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  ଗଣନା ଆରମ୍ଭ ହେବାକୁ ଥିବା ବେଳେ, ଏଥିପାଇଁ ୨୪ ଟି ଜଳାଶୟରେ  ଗଣନା ହେବାକୁ ସ୍ଥିର କରାଯାଇଛି । ବିଭିନ୍ନ ଜଳଭଣ୍ଡାର ସମେତ ଜଳାଶୟ ନିକଟରେ କରାଯିବାକୁ ସ୍ଥିର ହୋଇଥିବା କହିଛନ୍ତି, ବନଖଣ୍ଡ ଅଧିକାରୀ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧/୨୦୨୫---୯,୪୫ Sakhigopal News,15/1/2025

Blog Archive

Popular Posts