ପୋଲିସ ପେଟ୍ରୋଲିଂ ବେଳେ, ଦୁଇଟି ବାଇକ୍ ସହ ୨୯ କେଜି ଗଞ୍ଜେଇ ଜବତ
ଭଂଜନଗର - ମୁଜାଗଡ ନିକଟରେ ଭଂଜନଗର ପୋଲିସର ପେଟ୍ରୋଲିଂ ବେଳେ, ଦୁଇଟି ବାଇକ୍ ସହ ୨୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି। ଥାନାଧିକାରୀ କୁମର ମୁଦୁଲି , ଏଏସଆଇ - ରୁଦ୍ର ପ୍ରସାଦ କଅଁର, ଏବଂ ଅନ୍ୟ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଫୁଲବାଣୀ ରୁ ଭଂଜନଗର ଅଭିମୁଖେ ଦୁଇଟି ବାଇକ୍ ଯାହାର ନମ୍ବର, ଓଡି ୦୨ ସିବି - ୬୫୪୪ ଏବଂ ଓଡି ୦୭ ଡବ୍ଳ୍ୟୁ ୩୮୯୦ ଆସୁଥିଲା । ଉଭୟ ବାଇକ୍ ରେ ଦୁଇଜଣ ଲେଖାଁଏ ବସିଥିଲେ । ପୋଲିସ ପେଟ୍ରୋଲିଂ ଗାଡ଼ି କୁ ଦେଖି ସେମାନେ ପଛକୁ ଫେରିଯାଇଥିଲେ । ଫେରି ଯାଉଥିବା ସମୟରେ ଗାଡ଼ିର ଦ୍ରୃତଗତି ସେମାନେ ପଡି ଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି, ଯାଞ୍ଚ କରିବା ସମୟରେ ଜଣା ପଡିଥିଲା ସେମାନେ ଗଞ୍ଜେଇ ଚାଲାଣ କରୁଥିଲେ । ଦୁଇଟି ବାଇକ୍ ସହ ସମସ୍ତ ୨୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ଘଟଣା ସ୍ଥଳରୁ ୩ ଜଣ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ , ଜଣକୁ ଧରି ଗିରଫ କରିଥିଲା ପୋଲିସ । ଗିରଫ ଜଣକ, କନ୍ଧମାଳ ଜିଲ୍ଲାର । ଏନେଇ ଭଂଜନଗର ଥାନା କେଶ୍ ନଂ - ୪୧/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ, ଥାନାଧିକାରୀ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୧୫/୧/୨୦୨୫----୯,୫୫ Sakhigopal News,15/1/2025