Breaking News

ୟୁ ବି ହାଇସ୍କୁଲ ରେ ଏନ୍ ସି ସି ଆର୍ମୀ ଦିବସ ପାଳିତ




ଭଞ୍ଜନଗର, ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଆଜି ଏନ୍ ସି ସି ଆର୍ମୀ ଦିବସ ପାଳିତ  ହୋଇଯାଇଛି । ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଉଇଙ୍ଗ୍   ସେକେଣ୍ଡ୍ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ଏନ୍ ସି ସି ଏୟାର ଉଇଙ୍ଗ୍ ଏ ଏନ୍ ଓ ଫାଷ୍ଟ୍ ଅଫିସର୍ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ଉଭୟ  ଏ.ଏନ୍.ଓ. ଶ୍ରୀ ମିଶ୍ର ଏହି କ୍ୟାଡେଟମାନଙ୍କୁ ଡ୍ରିଲ୍ ପ୍ୟାରେଡ , ଓ୍ବିପନ୍ ଟ୍ରେନିଂ ଏବଂ ଅନ୍ୟାନ୍ୟ କେତେକ ଏନ୍ ସି ସି ସମ୍ବନ୍ଧୀୟ ବିଷୟରେ ଉଭୟ ତତ୍ତ୍ଵ ଭିତ୍ତିକ  ଓ ଅଭ୍ୟାସ ଭିତ୍ତିକ ତାଲିମ୍ ପ୍ରଦାନ କରି ଥିଲେ । ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର କ୍ୟାଡେଟ ଭାଗନେଇଥିଲେ । ତତ୍ ପରେ ଆର୍ମୀ ଡେ ପାଳନ ନିମିତ୍ତ ଏକ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲ ହତା ସଫେଇ କରିଥିଲେ ଏବଂ " ପ୍ଲାଷ୍ଟିକ କୁ ନା " ସମ୍ବନ୍ଧୀୟ ଶପଥଗ୍ରହଣ କରିଥିଲେ । ଏଥି ନିମିତ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ  ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧/୨୦୨୫----୯,୫୫ Sakhigopal News,15/1/2025

Blog Archive

Popular Posts