Breaking News

ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟପାଳନ ଶିବିର ଓ କୃଷକ ମେଳା ସହିତ ପ୍ରଦର୍ଶନୀ

 



 ସାକ୍ଷୀଗୋପାଳ,--- ସତ୍ୟବାଦୀ ବକୁଳବନ ପଡିଆରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ପାଳନ ସଚେତନତା ଶିବିର ସହିତ ଏକ କୃଷକ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସିଫା  ଓ ଶ୍ରୀ ଦୀକ୍ଷା କୃଷି ଉତ୍ପାଦନ କମ୍ପାନୀ ଲିମିଟେଡ ଫୁଲଅଳସା, ସାକ୍ଷୀଗୋପାଳ ଓ ସତ୍ୟବାଦୀ କୃଷି ଉତ୍ପାଦନ କମ୍ପାନୀ, ପଟ୍ଟନାୟିକିଆ ସାହି ସାକ୍ଷୀଗୋପାଳଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟବାଦୀ ବ୍ଳକ ସହିତ ପିପିଲି ବ୍ଳକର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ସହିତ ବିଭିନ୍ନ ମତ୍ସ୍ୟ ଚାଷୀ ମାନେ ଯୋଗ ଦେଇଥିଲେ ।  କୃଷକ ମେଳାକୁ  ସିଫାର ବରିଷ୍ଠ ବୈଜ୍ଞାନିକ ଡ. ଆସିଷ ସାହା, ବୈଜ୍ଞାନିକ ଡ. ପ୍ରେମ କୁମାର ମେହେର, ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରର ମସ୍ୟବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ, ସିପାର ବୈଜ୍ଞାନିକ ଉଦୟ କୁମାର ଉଦିତଙ୍କ ସହିତଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପିୟା ବରାଳ ଓ ସତ୍ୟବାଦୀର ବିଧାୟକଙ୍କ ଧର୍ମପତ୍ନୀ ଦେବବନିତା ଆଚାର୍ଯ୍ୟ  ଯୋଗ ଦେଇଥିଲେ । ବିଶେଷ କରି ମାଛ ଚାଷ ପାଇଁ ଆଜିର ଦିନରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିଲେ ନିଶ୍ଚିତ ଲାଭ ବାନ ହୋଇ ପାରିବ ବୋଲି ମତ୍ସ୍ୟ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଲେ । ଏବେ ମାଛ ଚାଷ ପାଇଁ ଆଉ ପୋଖରୀ ଦରକାର ନାହିଁ ନିଜ ବାରି ବା ଘର ଅଗଣାରେ ମାଛ ଚାଷ କରିହେବ ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଷଲ । ଏହି ଅବସରରେ ଶରତ ଚନ୍ଦ୍ର ମହାପାତ୍ର ଓରଜନୀ ମହାପାତ୍ରଙ୍କ ସହିତ ଅନେକ ମତ୍ସ୍ୟ ଚାଷୀ ମାନଙ୍କୁ  ଉପଢ଼ୌକନ ଦେଇ ସମ୍ମଦ୍ଧିତ କରାଯାଇଥିଲା । ସିଫା ପକ୍ଷରୁ ଦଶଜଣ ମତ୍ସ୍ୟ ଚାଷୀ ମାନଙ୍କୁ ମାଗଣାରେ ମାଛ ଚାଷ କରିବା ପାଇଁ ଉନ୍ନତ ମାନର ଜାଅଁଳ ଯୋଗାଇ ଦିଆଯାଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ କୁମାର ରାଉତଙ୍କ ସହିତ ଅଶୋକ ରାଉତ, ଶଙ୍କର ପ୍ରଧାନ ଓ ସାଂସଦଙ୍କ ପ୍ରତିନିଧି ତ୍ରିଲୋଚନ ରଥ , ସାମ୍ବାଦିକ ଅମର ଶତପଥିୀ, ପ୍ରଭାତ କୁମାର ମିଶ୍ର ଓ ଧୀରେନ୍ଦ୍ର ସେନାପତି ପ୍ରମୁଖଙ୍କୁ ଅତିଥି ମାନେ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ମଦ୍ଧିତ କରିଥିଲେ । ସତ୍ୟବାଦୀ କୃଷି ଉତ୍ପାଦନ କମ୍ପାନୀର ଅଧ୍ୟାକ୍ଷା ସଂଧ୍ୟ ମହାନ୍ତି  ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ସଂଯୋଜନା କରିଥିଲା । ଶ୍ରୀ ଦୀକ୍ଷା କୃଷି ଉତ୍ପାଦନ କମ୍ପାନୀର ଅଧ୍ୟକ୍ଷା ସବିତା ପଣ୍ଡା ଧନ୍ୟବାଦ ଦେଇଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୫---୭,୧୦     Sakhigopal News, 15/1/2025

Blog Archive

Popular Posts