Breaking News

ଶୀତ କାଳୀନ ରାତ୍ରି ଜାପନ ଆଶ୍ରୟ ସ୍ଥଳୀ ଉଦ୍ଘାଟନ କରି ସେବା ଭୁଲି ଗଲେ ପୌରପରିଷଦ ଅଧିକାରୀ

 



ଜଟଣୀ :--ଜଟଣୀ ପୌରପରିଷଦ ପକ୍ଷରୁ ଗତ ୨୦୨୪ ମସିହା ଡିସେମ୍ବର ମାସ ୨୪ ତାରିଖ ଦିନ ସ୍ଥାନୀୟ ପରିତ୍ୟକ୍ତ ଅବସ୍ଥାରେ ଥିବା ବସ ଷ୍ଟାଣ୍ଡର ଏକ ଯାତ୍ରୀ ପ୍ରତୀକ୍ଷାରେ ଆରମ୍ଭ କରାଯାଇଛି। ପୌରପରିଷଦର ସମସ୍ତ କର୍ମୀ ସମେତ ପୌରନିର୍ବାହୀ ଅଧିକାରୀ, ପୌରାଦ୍ଧକ୍ୟଙ୍କ ଉପସ୍ଥିତିରେ ସହରର ଦିନହୀନ ଦରିଦ୍ର ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଶୀତ କାକରରୁ ବଂଚିତ ପାଇଁ ଏକ ରାତ୍ରି କାଳୀନ ଆଶ୍ରୟସ୍ଥଳୀ ଉଦ୍ଘାଟନ କରି ଭୁଲି ଗଲେ ଦରିଦ୍ରଙ୍କ ସେବା l ଉଦ୍ଘାଟନ ଠାରୁ ଗୃହରେ ତାଲା l ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ବଡି ମସଜିତ ର ଦୋକାନ ଗୃହ ବାରଣ୍ଡାରେ ଏବଂ ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ରାସ୍ତା ପାର୍ଶ୍ୱରେ ବିଭିନ୍ନ ବଜାରରେ ବନ୍ଦ ଥିବା ଦୋକାନ ବାରଣ୍ଡାରେ ଅନେକ ଯାଯାବର ଶୀତ କାକରରେ ଜୀବନ ଅତିବାହିତ କରୁଥିବା ଦରିଦ୍ର ଶ୍ରେଣୀର ବ୍ୟକ୍ତି ଅତି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି l ଯଦି କୌଣସି ସହ ହୃଦୟ ବ୍ୟକ୍ତି ସେବା ଯୋଗାଇବା ପାଇଁ ଚାହାନ୍ତି ତେବେ ତାଙ୍କ ପାଖରେ କୌଣସି ସହାୟତା ପାଇଁ ଯୋଗାଯୋଗ ମାଧ୍ୟମ ନାହିଁ l ଏଠି ପ୍ରଶ୍ନ ଉଠେ ପୌରପରିଷଦ ଦ୍ୱାରା ଉଦଘାଟିତ ରାତ୍ରିକାଳୀନ ଆଶ୍ରୟ ସ୍ଥଳୀ କାହା ସ୍ୱାର୍ଥରେ ? ।
ଆଶ୍ରୟସ୍ଥଳୀ ସେବାରେ ନ ଆସିବା ଅତି ଦୁଃଖର ବିଷୟ ବୋଲି ଦୁଃଖ ପ୍ରକାଶ କରିଛନ୍ତି ଜଟଣୀ ଜନ ଅଧିକାର ସଙ୍ଘ l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ପୌରପରିଷଦ ପକ୍ଷରୁ ଏଭଳି ଉନ୍ନତି ମୂଳକ କାର୍ଯ୍ୟ କରି ସେବା ମନବୃତି ରଖି ନିରୀହ ଦରିଦ୍ରଙ୍କୁ ଉଚିତ ସେବା ଯୋଗାଇଦେବା ପାଇଁ କୌଣସି ଜରୁରୀକାଳୀନ ଫୋନ ନଂ ଯୋଗାଇ ଦରିଦ୍ରଙ୍କୁ ସ୍ଥାନାନ୍ତରିତ ପାଇଁ ଯାନବାହାନା ସେବା ଯୋଗାଇ ଦେଲେ ପ୍ରକୃତରେ ନିରୀହ ଗରିବ ଯାଯାବର ବ୍ୟକ୍ତି ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୫----୧୦,୩୫ Sakhigopal News,15/1/2025

Blog Archive

Popular Posts