Breaking News

ଭଡ଼ାରେ ଗାଡ଼ିକୁ ନେଇ ହାଇଯାକ କରିବା ମାମଲାରେ ୨ଅଭିଯୁକ୍ତ ଗିରଫ



ଜଟଣୀ,-: ଗାଡ଼ି ଭଡ଼ାରେ ନେଇ ସେହି ଗାଡ଼ିକୁ ହାଇଯାକ୍ କରିବା ସହ ଡ଼୍ରାଇଭରଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ନାନକେରା ଗ୍ରାମର ରିଙ୍କୁ ଓରଫ ନରେଶ କୁମାର ଜେନା (୨୫) ଓ ହାପି ଓରଫ ଅଭିନାସ ଜେନା (୨୦) ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଗତ ୨୦୨୪ ଡିସେମ୍ବର ୩୧ତାରିଖ ଦିନ ଭଦ୍ରକ ଜିଲ୍ଲାର କଚେରୀ ଷ୍ଟାଣ୍ଡରେ ସେହି ଅଞ୍ଚଳର ମଧୁସୂଦନ ସାହୁ ନାମକ ଜଣେ ବ୍ୟକ୍ତି କାର ଭଡ଼ାସୂତ୍ରରେ ଦେବା ପାଇଁ ଅପେକ୍ଷା କରିଥିଲେ। ଉପରୋକ୍ତ ୨ଜଣ ଯୁବକ ପ୍ରଥମେ ନିଜ ଗ୍ରାମ ନାନକେରା ଯିବା ପାଇଁ ଭଡା ତୁଟାଇ ଗାଡ଼ି ନେଇଥିଲେ। ଯିବା ବାଟରେ ଜଟଣୀ ନିକଟସ୍ଥ ତିରୁମଲ୍ ଠାରେ ଗାଡ଼ିକୁ ଅଟକାଇ ଥିଲେ। ସେହି ଗାଡ଼ିରେ ଡ଼୍ରାଇଭରଙ୍କୁ ବାନ୍ଧି ତାଙ୍କ ପାଖରେ ଥିବା ନଗଦ ୮ ହଜାର ଟଙ୍କା, ଏଟିଏମ୍ କାର୍ଡ ଇତ୍ୟାଦି ଛଡ଼ାଇ ନେଇଥିଲେ। ତେବେ ଏହି ଏଟିଏମ୍ କାର୍ଡ ବ୍ୟବହାର କରି ଡ୍ରାଇଭର ଆକାଉଣ୍ଟ ରୁ ୧୧.୫୦୦ଟଙ୍କା ଉଠାଇ ନେଇଯାଇଥିଲେ। ତେବେ ଏନେଇ ଡ୍ରାଇଭର ନିକଟସ୍ଥ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପୁଲିସ ଉପରୋକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରିବା ପରେ ସେମାନଙ୍କ ନିକଟରୁ ପୁଲିସ ଦୁଇଟି ଏଟିଏମ୍ କାର୍ଡ, ହାଇଯାକ କରିଥିବା କାର୍ ସହିତ ନଗଦ ୧୯.୫୦୦ ଟଙ୍କା ଜବତ କରିଛି। ତଦନ୍ତ ବେଳେ ଉଭୟ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି ବୋଲି ଜଟଣୀ ଥାନା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ କହିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧/୨୦୨୫----୨,୧୦ Sakhigopal News,8/1/2025

Blog Archive

Popular Posts