Breaking News

କ୍ଷେତରୁ ଧାନ ସରିଗଲା ପରେ. ଏବେ ଘରକୁ ଟାର୍ଗେଟ କରୁଛନ୍ତି, ବଣୁଆ ହାତୀପଲ



ଭଂଜନଗର -  ପ୍ରାୟତଃ ଅଧିକାଂଶ କ୍ଷେତରୁ ଧାନକଟା ସରିଛି । ଅଧିକାଂଶ ଲୋକ, ଅମଳ ଧାନକୁ ଘରେ ସାଇତି ରଖିଛନ୍ତି । ଏବେ ଘରକୁ ଘର ବୁଲି ଟାର୍ଗେଟ୍ କରୁଛନ୍ତିଧାନ - ଚାଉଳ ଓ ବସ୍ନାରେ , ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ବଣୁଆ ହାତୀପଲ । ଭଂଜନଗର ମୁଜାଗଡ ବନାଞ୍ଚଳର  ବିରିକୋଟ, ନିଧିଆଲ୍ଲୀ ଏବଂ ଗୁଣ୍ଡରିବାଢି  ପ୍ରଭୃତି ଅଞ୍ଚଳରେ ବ୍ୟାପକ କ୍ଷତି କରିବାର ଲାଗିଛନ୍ତି ୨୫ ଟିକିଆ ବଣୁଆ ହାତୀପଲ । କେଉଁଠି କବାଟ -  ଝରକା ଭାଙ୍ଗୁଛନ୍ତି ତ' ଆଉ କେଉଠି ଘରଭିତରୁ ଧାନ, ଚାଉଳ ଟାଣି ନେଉଛନ୍ତି । ଅଧିକାଂଶ ପରିବା କ୍ଷେତର ପଶି ବ୍ୟାପକ ଫସଲ  ଖାଉଛନ୍ତି । ଯେତିକି ଖାଉଛନ୍ତି, ତାଠୁ ଅଧିକ ଦଳି ମକଚି ନଷ୍ଟ କରୁଛନ୍ତି । ଘଟଣା ପ୍ରକାରେ ଗତ ପ୍ରାୟ ଏକ ସପ୍ତାହ ଧରି ମୁଜାଗଡ ବନାଞ୍ଚଳର ଚିଟିପଲ୍ଲୀ, ବିରିକୋଟ, ଗୁଣ୍ଡୁରିବାଡି ଏବଂ ନିଧିଆପଲ୍ଲୀ ଗାଁ ସମେତ ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀପଲ । ୩ ଟି ଦଳରେ ଭାଗ ହୋଇ ବୁଲୁଥିବା ହାତୀପଲ ମଧ୍ୟରୁ ଏହି ଦଳରେ ରହିଥିବା ୨୫ ଟି ହାତୀ, ଏବେ ହିଂସ୍ର ହୋଇ ଉଠିଛନ୍ତି । ଚିଟିପଲ୍ଲୀ ଗାଁ ରେ ବ୍ୟାପକ ଭଙ୍ଗାରୁଜା ଓ ଫସଲ କ୍ଷତି କରୁଛନ୍ତି । ସେହିଭଳି ବିରିକୋଟ ଗାଁ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୩ ଟି ଝରକା ଓ ରୋଷେଇ ଘର ଭାଙ୍ଗିଦେଲେ । ଗୁଣ୍ଡୁରିବାଡି ଗାଁ ର ଚାଷୀ ଯତୀନ୍ଦ୍ର ପ୍ରଧାନଙ୍କ ଘର ଭାଙ୍ଗିବା ସହ ପରିବା କ୍ଷେତର ବ୍ୟାପକ ନଷ୍ଟ କରିଛନ୍ତି । ଅଚ୍ୟୁତାନନ୍ଦ ପ୍ରକରିବା ଧାନ ଙ୍କ ସମେତ ବିଘ୍ନେଶ ମାଝିଙ୍କ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ସେହିଭଳି ନିଧିଆପଲ୍ଲୀ ଗାଁ ରାସ୍ତା କଡ଼ରେ ଥିବା ଲକ୍ଷ୍ମୀ ମଳିକ ଏବଂ ରାଜକୁମାରୀ ମାରିକଙ୍କ ଘର ଭାଙ୍ଗିଛନ୍ତ ହାତୀ ପଲ ।  ତେବେ ଏନେଇ  ବନ ବିଭାଗ  ଏବଂ ସ୍ଥାନୀୟ ପ୍ରଶାସନ ତଦନ୍ତ କରି କ୍ଷତିପୂରଣ ଯୋଗାଇଦେବା କୁ , ସାଧାରଣରେ ଦାବି ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧/୨୦୨୫---୬,୧୦ Sakhigopal News,10/1/2025

Blog Archive

Popular Posts