ଦୁଇ ଅନୁଷ୍ଠାନର ମିଳିତ ସହଯୋଗରେ ଶୀତବସ୍ତ୍ର ବଣ୍ଟନ ; ହାତକୁ ହାତ ମିଳାଇ ସହଯୋଗ କରିବାକୁ ଆହ୍ୱନ
ସାକ୍ଷୀଗେ।।ପଳ--- ପୁରୀ ଜିଲ୍ଲାରେ ଶୀତର ଲହରି ବୃଦ୍ଧି ପାଇଛି । ପିଲାଠାରୁ ବୃଦ୍ଧ ବୃଦ୍ଧା ମାନେ ଶୀତ ଯୋଗୁ ବହୁ ଅସୁବିଧାରେ ପଡିଛନ୍ତି । ଏହାକୁ ନଜର କରି ପାର୍ବତୀ ଗୋବିନ୍ଧ ସ୍ମୃତି ସଂସଦ ଓ ସାଇ ସାହିତ୍ୟ ସଂସ୍ଥାନର ମିଳିତ ସହଯୋଗରେ ବିଳାସପୁର ଗ୍ରାମର ମହାବୀର ମନ୍ଦିର ନିକଟରେଏକ ଶୀତ ବସ୍ତ୍ର ବଣ୍ଟନ ଅନୁଷ୍ଠଇତ ହୋଇଯାଇଛି । ପ୍ରାୟ ୨ଶହରୁ ଅଧିକ ମହିଳା ପୁରୁଷ ମାନଙ୍କୁ ଯୋଗ ଦେଇଥିବା ଅତିଥି ମାନେ କମଳ ବଣ୍ଟନ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ସାହିତ୍ୟ ପ୍ରତ୍ରିକାର ସମ୍ପାଦକ ରବୀନ୍ଦ୍ର ନାଥ ଷଡଙ୍ଗୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଦେଶକୁ ସଂଘବଦ୍ଧ ହୋଇ ରକ୍ଷା ଯେପରି କରାଯାଉଛି ସେହିପରି ଶୀତକୁ ମଧ୍ୟ ଆମେ ସଂଘବଦ୍ଧ ଭାବେ ହାତକୁ ହାତ ମିଳାଇ ଜଣେ ଅନ୍ୟ ଜଣକୁ ସହଯୋଗ କରିବାକୁ ସେ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଚରଣ ପରିଡା, କବି ଗୀତାଞ୍ଜଳି ମହାପାତ୍ର, ଇଂ ପ୍ରଦୀପ କୁମାର ପ୍ରଧାନ ଓ ଶିକ୍ଷାବିତ ଶଶଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବ୍ୟଙ୍ଗକବି ଶରତ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଗନା କରିଥିଷଲ । ସାଇ ସାହିତ୍ୟ ସଂସ୍ଥାନର ସମ୍ପାଦକ ସୁଦର୍ଶନ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣପ୍ରଦାନ କରିଥିଲେ । ପୁଷ୍ପକାନ୍ତି ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧/୨୦୨୫---୭,୧୦ Sakhigopal News, 10/1/2025