Breaking News

ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ବିଜ୍ଞାନ ଓ ଗଣିତ ପଢ଼ାଇବା ପାଇଁ ନାହାନ୍ତି ଅଭିଜ୍ଞ ଶିକ୍ଷକ , ଅବ୍ୟବସ୍ଥା ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ






ଜଟଣୀ -ସ୍ଥାନୀୟ ବାଛରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣରେ ଉପେକ୍ଷା l ବିଦ୍ୟାଳୟଟି ୧୦୦ ବର୍ଷର ପୁରାତନ ବିଦ୍ୟାଳୟ ଯାହାକି ଏହି ବିଦ୍ୟାଳୟଟି ୧୯୨୫ ମସିହାରୁ ସ୍ଥାପିତ l କିନ୍ତୁ ଦୁଃଖର ବିଷୟ ଏହି ବିଦ୍ୟାଳୟ ପ୍ରତି ଗ୍ରାମବାସୀଙ୍କ ଅବହେଳା ଏବଂ ସରକାରଙ୍କ ଉଦାସୀନତା ହେତୁ ଆଜି ଏହି ବିଦ୍ୟାଳୟ ଅତି ଦୟନୀୟ ଅବସ୍ଥାରେ ପରିଲିକ୍ଷିତ ହେଉଅଛି l ବିଦ୍ୟାଳୟ ପରିଚାଳନା ପାଇଁ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଗଠିତ ବିଦ୍ୟାଳୟ ପରିଚାଳନା କମିଟି, ପିତା ମାତା ଶିକ୍ଷକ ସଂଗଠନ ଏବଂ ମାତା ଶିକ୍ଷକ ସଂଗଠନ ରେ ଥିବା ସଦସ୍ୟ ମାନଙ୍କ ଦୁର୍ବଳ ମନଭାବ ଏବଂ ଅପାରଗତା ପାଇଁ ଗ୍ରାମର ବିଦ୍ୟାଳୟ ଆଜି ଦୟନୀୟ ଅବସ୍ଥାରେ l ବିଦ୍ୟାଳୟରେ ନାହାନ୍ତି ଅଭିଜ୍ଞ ଶିକ୍ଷକ l ହିନ୍ଦୀ, ସଂସ୍କୃତ ବିଷୟ ଅଧ୍ୟୟନ ପାଇଁ ନାହାନ୍ତି ସ୍ୱତନ୍ତ୍ର ଶିକ୍ଷକ ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ବିଜ୍ଞାନ ଏବଂ ଗଣିତ ଅଧ୍ୟୟନ ପାଇଁ ନାହାନ୍ତି ଅଭିଜ୍ଞ ଶିକ୍ଷକ l ଶିଶୁଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ସରକାର l ଏହି ପାଠପଢା ବ୍ୟତିକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛନ୍ତି l ଏହି ବିଦ୍ୟାଳୟରେ ନାହିଁ ସୁରକ୍ଷା ପାଚେରୀ l ଯାହା ଫଳରେ ସ୍ଥାନୀୟ ଗ୍ରାମର କିଛି ନିଶାସକ୍ତ ଯୁବକ ମଧ୍ୟରାତ୍ରରେ ବିଦ୍ୟାଳୟର ତାଲା ଭାଙ୍ଗି ପଙ୍ଖା, ଟେବୁଲ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବା ବିଦ୍ୟାଳୟର ଶିକ୍ଷକ ପ୍ରକାଶ କରିଛନ୍ତି ଏବଂ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ସହଯୋଗ ନ ଥିବା କହିଛନ୍ତି l ବିଦ୍ୟାଳୟ ରେ ଶୌଚାଳୟ, ପାନୀୟ ଜଳର ଅବ୍ୟବସ୍ଥା ସାଙ୍ଗକୁ ବିଦ୍ୟାଳୟର ରୋଷଇ ଶାଳ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଅବସ୍ଥିତ l ବିଦ୍ୟାଳୟର ଚତୁର୍ପାଶ୍ୱରେ ରାକ୍ଷଣବେକ୍ଷଣ ଅଭାବରୁ ଉଇ ହୁଙ୍କା ହେବାରେ ଲାଗିଛି କିନ୍ତୁ ବିଦ୍ୟଳୟର କତୃପକ୍ଷଙ୍କ ନଜର ନାହିଁ l ଏହି ସବୁ ଅବ୍ୟସ୍ଥାକୁ ଦେଖି ସ୍ଥାନୀୟ ଗ୍ରାମବାସୀ ହେମନ୍ତ କୁମାର ସୁନ୍ଦରାୟ ବିଗତ ଦିନରେ ଯାହା ବିଦ୍ୟାଳୟର ଉନ୍ନତି କରଣ କରିଛନ୍ତି l ଯେଉଁ ଦିନ ଠାରୁ ସେହି ବ୍ୟକ୍ତି ଦୁରେଇ ଯାଇଛନ୍ତି ସେବେ ଠାରୁ ବିଦ୍ୟାଳୟର ଅବସ୍ଥା ଖରାପ ହେବାରେ ଲାଗିଛି l ଗ୍ରାମବାସୀଙ୍କ ମତରେ ପୁନର୍ବାର ସେହି ଉଦୟବାନ ଯୁବକ ବିଦ୍ୟାଳୟ ପରିଚାଳନା କମିଟି ରେ ରୁହନ୍ତି ତେବେ ଏହି ବିଦ୍ୟାଳୟର ଉନ୍ନତିକରଣ ହୋଇପାରିବ l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ଏବଂ ଗ୍ରାମର ପୁରାତନ ଜ୍ଞାନୀ ବ୍ୟକ୍ତି ମିଳିତ ସହଯୋଗରେ ବିଦ୍ୟାଳୟର ଅବ୍ୟବସ୍ଥା କୁ ସରକାରଙ୍କ ନିକଟରେ ଉପସ୍ଥାପନା କଲେ ବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୫---୧୦,୪୫ Sakhigopal News,15/1/2025

Blog Archive

Popular Posts