Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଉନ ତ୍ରିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ



ଜଟଣୀ :--ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଉନତ୍ରିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ତପସ୍ୟା ଫାଉଣ୍ଡେସନର ଅଧକ୍ଷ ଶିକ୍ଷାବିତ ଡ଼ଃ ତପନ କୁମାର ପଣ୍ଡା ସାମ୍ପ୍ରତିକ ଆଧୁନିକ ସମାଜର ଶିଶୁଙ୍କ ଚରିତ୍ର ଗଠନ କାର୍ଯ୍ୟ ବିଶେଷ ଭାବରେ ଶିଶୁ ମନ୍ଦିର କରୁଛି ଏବଂ ଶିଶୁର ଅଭିଭାବକ ମାନେ ଶିଶୁଙ୍କୁ ଚାପମୁକ୍ତ କରି ଗଢିଲେ ସେ ନୂତନ ସର୍ଜନା କରିବାର ସୁଯୋଗ ପାଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତିର ସମ୍ପାଦକ ତଥା ଶିକ୍ଷାବିତ ଡ଼ଃ ସରୋଜ କୁମାର ହାତୀ ସମାଜ ଉପଯୋଗୀ ଉତ୍ତମ ରାଷ୍ଟ୍ରଭକ୍ତ ନିର୍ମାଣ କରିବାରେ ଶିଶୁ ବିଦ୍ୟାମନ୍ଦିରର ଭୂମିକା ପ୍ରଶଂସନୀୟ  ବୋଲି ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ସମ୍ପାଦକ ଅଶୋକ ଶର୍ମା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ l ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅଧକ୍ଷତା କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବହୁ ପ୍ରତିଭା ଗୁଣର ଅଧିକାରିଣୀ ନିୟନ୍ତ୍ରଣ ଏବଂ ବିଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ପ୍ରାପ୍ତ ଶିଶୁ ଭାଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ସେବକ ସେବିକା ଓ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଉଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧/୨୦୨୫---୬,୩୦ Sakhigopal News,10/1/2025

Blog Archive

Popular Posts