ଭାରତୀୟ ସେନା ଦିବସ ପାଳନ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ସାକ୍ଷୀଗୋପାଳ--- ଆଜିଭାରତୀୟ ସେନା ଦିବସ ପାଳନ ଅବସରରେ ସତ୍ୟବାଦୀରେ ସେନା ଦିବସ ପାଳନ କରାଯିବା ସହ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଅବସରରେ ସତ୍ୟବାଦୀ ହାଇସ୍କୁଲର ଏନସିସି ଗ୍ରୁପ ସହିତ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶଖାର ମିଳିତ ଆନୁକୂଲ୍ୟରେ ଭାରତୀୟ ସେନା ଦିବସ ପାଳନ କରାଯିବା ସହ ସତ୍ୟବାଦୀର ଦୁଇ ବୀର ସୁପୁତ୍ର ଶହୀଦ ଶ୍ରାମ ସୁନ୍ଦର ବାରିକି ଓ ଅଳଗୁମ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳଙ୍କ ଶହୀଦ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ଏନସିସିର ଛାତ୍ର ମାନେ ସାଲ୍ୟୁଟ ପ୍ରଦାନ କରିବା ସହ ଉକ୍ତ ପରିବାରର ସଦସ୍ୟ ମାନଙ୍କୁ ସମ୍ମଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶଖାର ସମ୍ପାଦକ ନବଘନ ଶତପଥିୀ, ଦେବରାଜ ନାୟକ, ଲିଙ୍ଗରାଜ ସାହୁ, ପ୍ରଶାନ୍ତ ବିଶ୍ୱାଳ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ହାଇସ୍କୁଲର ଏନସିସି ଶିକ୍ଷକ ସୁଚିତ୍ର ଖଟାଇଙ୍କସହିତ ୪୦ ଜଲ ଏନସିସି କ୍ୟାଡଟ ଯୋଗ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୫---୭,୧୦ Sakhigopal News, 15/1/2025