Breaking News

>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ଡ୍ରପ୍ ଆଉଟ୍ ରୋକିବା ପାଇଁ ପ୍ରୟାସ ଆରମ୍ଭ



    ଭଂଜନଗର: ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚବିଦ୍ୟାଳୟ ଏକ ଶତାୟୁ ଓ ଗୈରବାବହ ଶିକ୍ଷାନୁଷ୍ଠାନ। ଏହି ଶିକ୍ଷାନୁଷ୍ଠାନ ଏହି ଅଞ୍ଚଳରେ ଶତାଧିକ ବର୍ଷ ହେଲା ଏକ ଜ୍ଞାନାଲୋକ ବର୍ତ୍ତିକା ସାଜି ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ଉଭା ହୋଇଛି । ଏଠାରେ ପ୍ରତ୍ୟହ ବିଦ୍ୟାଳୟରେ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ସବୁ ସ୍କୁଲ ଭଳି ପାଠ ପଢାଯାଏ  । ସ୍କୁଲ ସମୟ ବାହାରେ ଏହି ଅନୁଷ୍ଠାନରେ ହଷ୍ଟେଲ ଛାତ୍ରୀଙ୍କୁ ଅର୍ଥାତ୍ ଅପରାହ୍ନ ୪ ଟା ପରେ ସ୍ବେଚ୍ଛାକୃତ ଭାବେ ମାଗଣା ଶିକ୍ଷା ପ୍ରଦାନ କରିଥାନ୍ତି ଏଠାକାର ଶିକ୍ଷକ ଶିକ୍ଷୟିତ୍ରୀ କାରଣ ଅନ୍ତେବାସୀ ଙ୍କୁ ବାହାର କୁ ଟିଉସନ୍ ଯିବା କୁ ଦିଆଯାଏ ନାହିଁ। ପୁଣି ସଂଦେହ ମୋଚନ କ୍ଲାସ , ଅଧିକ ଆଲୋଚନା ନିମିତ୍ତ ଶ୍ରେଣୀ ବା ପାଠପଢ଼ା ଇତ୍ୟାଦି ମଧ୍ୟ କରିଥାଆନ୍ତି ଏହାର ଶିକ୍ଷକ ଶିକ୍ଷୟିତ୍ରୀ। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଙ୍କ ପ୍ରେରଣାରେ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ରବିବାର ଓ ଛୁଟି ଦିନମାନଙ୍କରେ ଘରକୁ ଯାଇ ଶିକ୍ଷାର୍ଥୀଙ୍କ ପାଠପଢ଼ାର ଅଗ୍ରଗତି ସମ୍ପର୍କରେ ଜାଣିବାକୁ ପିତା ମାତା ଅଭିଭାବକଙ୍କୁ ସାକ୍ଷାତ କରିଥାନ୍ତି । ଏବଂ ସେମାନଙ୍କ ମନରେ ଥିବା ସଂଦେହ ମଧ୍ୟ ଦୂର କରିବାପାଇଁ ସୁଯୋଗ ଦେଇଥାନ୍ତି। ଏହାଯୋଗୁଁ ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିଛି। ଶିକ୍ଷକ ଶିକ୍ଷୟିତ୍ରୀ ଅଧାରୁ ପାଠପଢ଼ା ଛାଡ଼ି ଦେବାକୁ ପ୍ରୟାସ କରୁଥିବା ପିଲା ଙ୍କୁ ଓ ସେମାନଙ୍କର ପିତା ମାତା ଅଭିଭାବକଙ୍କୁ ଯଦିଓ ବିଦ୍ୟାଳୟର ପିତା ମାତା ଅଭିଭାବକ ସମ୍ମିଳନୀରେ ବୁଝାଇଥାନ୍ତି ।  ତଥାପି କିଛି ପିଲା ଓ ଅଭିଭାବକ ଶିକ୍ଷାର ମହତ୍ତ୍ଵ ବିଷୟରେ ଗୁରୁତ୍ବ ଦିଅନ୍ତି ନାହିଁଁ। ତେଣୁ ସେହି ଭଳି କିଛି ପିତା ମାତା, ନିଜ ନିଜର ପିଲାଙ୍କ ପାଠପଢା ପ୍ରତି ଉଦାସୀନ ମନୋଭାବ ଦେଖାଉଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ପିତା ମାତା ଅଭିଭାବକଙ୍କୁ ଫୋନ କଲ୍ କରିଥାନ୍ତି ଏବଂ ସେମାନଙ୍କ ଘରକୁ ଯାଇ ପିଲାଙ୍କୁ ବିଦ୍ୟାଳୟକୁ ନିୟମିତ ଛାଡ଼ିବାକୁ ପ୍ରବର୍ତ୍ତାଇଥାନ୍ତି । ଏହା ଫଳରେ ପିଲାମାନେ ପୁଣି ପ୍ରେରିତ ହୋଇ ବିଦ୍ୟାଳୟ ଅଭିମୁଖୀ ହୋଇଥାନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧/୨୦୨୫----୮,୫୦ Sakhigopal News,7/1/2025

    Blog Archive

    Popular Posts