ବାଇକ୍ ରେ ବେଆଇନ୍ ମଦ ଚାଲାଣ ବେଳେ, ଜଣେ ଗିରଫ
ଭଂଜନଗର - ଚତୁରତା ସହ ବାଇକ୍ ରେ ବେଆଇନ୍ ମଦ ଚାଲାଣ କରୁଥିବା ବେଳେ ଚଢ଼ାଉ କଲା ଭଂଜନଗର ଅବକାରୀ ବିଭାଗ । ଏହି ଥାନା ଅନ୍ତର୍ଗତ ସାନକୋଦଣ୍ଡା - ବିଞ୍ଝାଗିରୀ ଗାଁ ରାସ୍ତା ଦେଇ ଜନୈକ ଯୁବକ ବାଇକ୍ ରେ ମଦ ଚାଲାଣ କରୁଥିବା ନେଇ, ସୂଚନା ପାଇଥିଲେ ଅବକାରୀ ଥାନାଧିକାରୀ ଅଲିଭା ମାଝୀ । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକୁ କାବୁ କରିବା ସହ, ଘଟଣା ସ୍ଥଳରୁ ବାଇକ୍ ସହ ୮୦ ଲିଟର ବେଆଇନ୍ ଦେଶୀ ମଦ ଜବତ କରିଥିଲେ । ଏସଂକ୍ରାନ୍ତରେ ଭଂଜନଗର ଅବକାରୀ ଥାନାରେ ଏକ ମାମଲା ରୁଜୁ କରିବା ସହ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧/୨୦୨୫----୧୦,୧୦ Sakhigopal News,15/1/2025