ସତ୍ୟବାଦୀବ୍ଳକରେ ଧାନ ମଣ୍ଡି ଖୋଲୁନାହିଁ; ଅଧିକାରୀଙ୍କ ପାଖରେ ମଣ୍ଡି ଖୋଲିବା ନେଇ କୌଣସି ସୁଚନା ନାହିଁ
ସାକ୍ଷୀଗୋପାଳ, --- ସତ୍ୟବାଦୀ ବ୍ଳକର ୨୪ ଗୋଟି ପଞ୍ଚାୟତରେ ଥିବା ୧୬ ଗୋଟି ସମବାୟ ସମିତି ଓ ଗୋଟିଏ ମହିଳା ଗୋଷ୍ଠୀ ଧାନ କିଣିବା ପାଇଁ ସ୍ଥିୀ ହୋଇଛି । ମାତ୍ର ସତ୍ୟବାଦୀ ବ୍ଳକରେ କେବେ ଧାନ ମଣ୍ଡି ଖୋଲିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନାହିଁ । ଅନ୍ୟ ପକ୍ଷେ କୌଣସି ଅଧିକାରୀଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୁଚନା ନାହିଁ । ସୁଚନାଯୋଗ୍ୟ ଯେ ରାଜ୍ୟ ସରକାର ବହୁ ଶିଘ୍ର ଧାନ ମଣ୍ଡି ଖୋଲିବେ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଚାଷୀ ମାନଙ୍କୁ ଧାନ ବିକ୍ରୟ କରିବା ସମୟରେ ସରକାରଙ୍କ ଧାର୍ଯ୍ୟ ନିୟମ ପାଳନ କରିବା ପାଇଁ ସଚେନତନା ରଥ ବୁଲାଇଥିଲେ । ସେଥିପାଇଁ ଅର୍ଥ ଫର୍ଚ୍ଚ କରାଗଲା । ସେହିପରି ଧାନ କ୍ରୟକରୁଥିବା ସମବାୟ ସମିତି କାର୍ଯ୍ୟାଳୟକୁ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ପ୍ରତିବର୍ଷ ପାଲ, ଓଜନ ମେସିନ ସହିତ ଅନ୍ୟ ସାମଗ୍ରୀ ଗୁଡିକ ଯୋଗାଣ କରାଯାଉଛି । ମାତ୍ର ଧାନ କିଣା ବିକା ସରିଯିବା ପରେ ଉକ୍ତ ପାଲ ଗୁଡିକ କୁଆଡେ ଯାଉଛି ସେ ସର୍ମ୍ପକରେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକଙ୍କ ପାଖରେ କୌଣସି ସୁଚନା ନାହିଁ । ସେହିପରି ଏଫକ୍ୟୁ ମାନର ଧାନ ନିର୍ଦ୍ଧାରଣ ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିୀତ ବଜାର କମିଟିକୁ ବିଭିନ୍ନ ମେସିନ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ମାତ୍ର ସେ ଗୁଡିକ ଏଠାରେ ପଡି ପଡି ଖତ ଖାଇବ ଏଥିରେ କøଣସି ସନ୍ଦେହ ନାହିଁ । ଯେପରି ଏଠାରେ ଲକ୍ଷାଧିକ ଟଙ୍କାର ଦର ତାଲିକା ଚାଷୀ ମାନେ ଜାଣିବା ପାଇଁ ଲାଇଟି ବୋର୍ଡ ଲାଗିଥିଲା ତାହା ଏବେ ଅଚଳ ହୋଇ ପଡି ନଷ୍ଟ ହେଉଛି । ସେହିପରି ଲକ୍ଷାଧିକ ଟଙ୍କାର ମେସିନ ଏଠାରେ ପଡି ପଡି ଖତ ଖାଇବ ସେଥିରେ କୌଣସି ସନ୍ଦେହ ନାହିଁ ବୋଲି ଚାଷୀ ରମେଶ ପରିଡା, ନବଘନ ଦାସ, ଅବନୀ ରାଉତ ପ୍ରମୁଖ କହନ୍ତି । ଅନ୍ୟପକ୍ଷେ ଚାଷୀ ମାନେ ନାମ ପଞ୍ଜିକରଣ କରିବା ପରେ ପରେ ଏବେ ସେମାନଙ୍କୁ ଧାନ ବିକ୍ରୟ କରିବା ପାଇଁ ତାରିଖ ପଳାଇ ଆସିଲାଣି । ଧାନ ମଣ୍ଡି ନ ଖୋଲିବାରୁ ଏବେ ଧାର୍ଯ୍ୟ ହୋଇଥିବା ଦିନ କମି କମି ଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ଧାନ ମଣ୍ଡି ନ ଖୋଲିବାରୁ ଧାନ ଦଣ୍ଡିଆ ମାନେ ଗାଁ ଗକଣ୍ଡାରୁ ଶାଗ ମାଛ ଦରରେ ଧାନ କିଣୁଛନ୍ତି । ସେହିପରି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପଦକ ଜିତେନ୍ଦୁ ଦାଶଙ୍କୁ ଧାନ ମଣ୍ଡି କେବେ ଖୋଲଇବ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ସେ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀଙ୍କୁ ଫୋନ କଲେ ସେ ମଧ୍ୟ କହନ୍ତି ସେ ଧାନ ମଣ୍ଡି କେବେ ଖୋଲିବ ତାଙ୍କ ପାଖରେ କୌଣସି ସୁଚନା ନାହିଁ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୫---୭,୧୦ Sakhigopal News, 7/1/2025