Breaking News

>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ପଶ୍ଚିମାଞ୍ଚଳ ପାଇକାଳି ଖଣ୍ଡାୟତ ସମାଜର ମକରମିଳନ



    ଭଞ୍ଜନଗର ----
    ଭଞ୍ଜନଗର ଓ ଆଖପାଖରେ ବସବାସ କରୁଥିବା ପାଇକାଳି ସମାଜର ପରିବାର ସମୂହ ପବିତ୍ର ମକର ସଂକ୍ରାନ୍ତିରେ ସ୍ଥାନୀୟ ସିରିଡ଼ି ସାଇବାବା ମନ୍ଦିରରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ I ଏଥିରେ ପ୍ରାୟ ଶତାଧିକ ପୁରୁଷ, ମହିଳା, ଛାତ୍ର ଓ ଯୁବକ ଯୁବତୀ ଯୋଗ ଦେଇଥିଲେ I ପାଇକାଳି ସମାଜର ଜିଲ୍ଲା ଅଧ୍ୟକ୍ଷ ବର୍ଷୀୟାନ ସମାଜ ସଂଗଠକ ଆଇନଜୀବୀ ସୋମନାଥ ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଙ୍ଗେସଙ୍ଗେ ଦକ୍ଷିଣାଞ୍ଚଳ କୁଳାଧିପତି ଶ୍ରୀ ସିମାଞ୍ଚଳ ବିଷୋୟୀ ଓ ଗବେଷକ କବି ଅଶୋକ ସାହୁ ଓରଫ ବିଷୋୟୀଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସମ୍ମାନୀତ ଅତିଥି ଭାବେ ସର୍ବଶ୍ରୀ କବି ଅଶୋକ କୁମାର ସାହୁ, ଖଲିକୋଟ ଅଂଚଳର କାଳଂଜି ସମାଜର ସଭାପତି ଶ୍ରୀ ରାଜୀବ ସ୍ବାଇଁ, ଏଲେକଟ୍ରୋନିକ୍ସ ମିଡିଆର ସାମ୍ବାଦିକ ରଂଜିତ ଜେନା ଓ  ଘୁମୁସର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ରବିନାରାୟଣ ସାମନ୍ତ ଯୋଗ ଦେଇଥିଲେ I ଏ ବନ୍ଧୁମିଳନ ଆୟୋଜନ କରିଥିଲେ ଡାକ୍ତର ମାଗିନାୟକ ତାଙ୍କୁ ସହଯୋଗ କରିଥିଲେ ସର୍ବଶ୍ରୀ ସମୀର ନାୟକ, ନଗେନ ନାୟକ, କାଂହୁ ଚରଣ ବିଶୋଇ, ଦିଲ୍ଲୀପ କୁମାର ନାୟକ, ଅରୁଣ କୁମାର ନାୟକ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସଂଗଠକମାନେ I ସମ୍ବର୍ଦ୍ଧନାର ଉତ୍ତରରେ ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ ତାଙ୍କର ଏକ ଅଧୁରା କାମ ରହିଯାଇଛି ତାହା ହେଲା ଆମର ପାଇକାଳି ଖଣ୍ଡାୟତ ସମାଜ ଆଜି ପର୍ଯ୍ୟନ୍ତ ଓ.ବି.ସି ତାଲିକା ଭୁକ୍ତ ହୋଇପାରିନାହିଁ I ଫଳରେ ଆମ ସମାଜର ଶିକ୍ଷିତ ଯୁବକ ଯୁବତୀମାନେ କେନ୍ଦ୍ର ଚାକିରୀ ପାଇବାରୁ ବଂଚିତ ହେଉଛନ୍ତି I ମୁଁ ସମସ୍ତ ତଥ୍ୟ ସହ ଆବଶ୍ୟକ ଦରଖାସ୍ତ ଦେଇ ସାରିଛି, ତାହା ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଯାଇ ଓଡିଶା ଓ.ବି.ସି.କମିସନଙ୍କ ଠାରେ ବିଚାରାଧିନ ଅଛି I ଆପଣମାନେ ଓ.ବି.ସି. କମିସନକୁ ଦୌଡ଼ି ଏହା ହାସଲ କରିବାକୁ ହେବ I ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ  ରମେଶ ନାୟକ, ନଗେନ ନାୟକ, କାଂହୁଚରଣ ବିଷୋୟୀ, କାଜଲ ନାୟକ, ସୁଶ୍ରୀ ଆରତୀ ନାୟକ ନିଜନିଜ ବକ୍ତବ୍ୟ ରଖିଥିଲେ I ଜିଲ୍ଲା ସମ୍ପାଦକ ଡାକ୍ତର ମାଗି ନାୟକ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ସମାଜର ଐକ୍ୟକୁ ଦୃଢୀଭୂତ କରିବାକୁ ଆହ୍ବାନ ଦେଇଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧/୨୦୨୫----୯,୫୫ Sakhigopal News,15/1/2025

    Blog Archive

    Popular Posts