Breaking News

ରାଜ୍ଯ ସ୍ତରୀୟ କବିତା ଆସର ଓ ପୁସ୍ତକ ଉନ୍ମୋଚନ



   ସାକ୍ଷୀଗୋପାଳ ----- ଆଜିର ସମୟରେ ଓଡ଼ିଆ ଭାଷା ପ୍ରତି ହତାଦର କରାଯାଉଥିବା ବେଳେ ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ  କବିତା ଆସର ଓ ପୁସ୍ତକ ପ୍ରକାଶ ପାଇବା ଜରୁରୀ ବୋଲି ସମାଜସେବୀ ତଥା ଲେଖକ ରବିନ୍ଦ୍ରନାଥ ଷଡ଼ଙ୍ଗୀ ମତ ପ୍ରକାଶ କରିଥଲେ   । ଏହି ଅବସରରେ ବନ୍ଦନା ଭାଷା ସାହିତ୍ୟ କଳା ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବରେ ୭୫ ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବ୍ରୁତି କରିଥିଲେ  । ପ୍ରାଧ୍ଯାପକ ବ୍ରୁନ୍ଦାବନ ରଥ କାର୍ଯ୍ୟକ୍ରମ ଉଦଘାଟନ କରି ଭାଷା ବଞ୍ଚିଲେ ସାହିତ୍ୟ ଆଗକୁ ବଢିବ ବୋଲି ମତବ୍ୟକ୍ତ କରିଥିଲେ  । ସାଧୁଚରଣ ବେହେରା ସଭାରେ ଅଧ୍ଯକ୍ଷତା କରିଥିଲେ  । ପ୍ରାଧ୍ଯାପିକା ପ୍ରୀୟମ୍ବଦା ଦାସ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଜି ସମୟ ଆସିଛି ମାତ୍ରୁ ଭୂମି ଓ ମାତ୍ରୁ ଭାଷା ର ଗୌରବ ବ୍ରୁଦ୍ଧି କରିବାର ସମୟ ଆସିଛି  । ଆମେ ଗର୍ବର ସହ କହିବା ମୁଁ ଜଣେ ଓଡ଼ିଆ  ବୋଲି କହିଥିଲେ  । ଶିକ୍ଷାବିତ ଶଶଧର ପଣ୍ଡା ବ୍ଯାସ କବି ଫକିରମୋହନ, ଗଙ୍ଗାଧର ମେହେର ପ୍ରଭ୍ରୁତି ପୂର୍ବ ସୂରୀ ମାନଙ୍କ ଭାଷା ପ୍ରୀତି ସଂପର୍କରେ ଆଲୋକପାତ କରିଥିଲେ  । ଅନ୍ଯମାନଙ୍କ ମଧ୍ଯରେ ଗୀତାଞ୍ଜଳି ମହାପାତ୍ର  , ଉଷା ମିଶ୍ର  ପ୍ରାଧ୍ଯାପିକା ରଜନୀ ରଣସିଂହ  ,   ସାଇସଂସ୍ଥାନ ସଂପାଦକ ସୁଦର୍ଶନ ବେହେରା  , ସ୍ତମ୍ଭକାର ବନ୍ଦନା ହରିଚନ୍ଦନ , କବୟିତ୍ରୀ ଓ ଲେଖିକା  ସୁନନ୍ଦା ମହାନ୍ତି ଯୋଗ ଦେଇଥିଲେ । ଲେଖକ  ତଥା କବି ରବୀନ୍ଦ୍ର ନାଥ ଷଢଙ୍ଗୀ ରାଜ୍ୟ ସ୍ତରୀୟ  କବିତା  ପାଠ ଉତ୍ସବରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ  । ସୁଜାତା ଦେବୀ ଓ  ବିଶାଖା ଦେବୀ ସଂଯୋଜନା କରିଥିଲେ  । ବନ୍ଦନା ମହାପାତ୍ର ଧନ୍ଯବାଦ ଦେଇଥିଲେ  । ୧୫ କବି କବୟତ୍ରୀ ଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ  । ବନ୍ଦନା ସାହିତ୍ୟ ପତ୍ରିକାର  ମୁଖପତ୍ର ଓ ଯାତ୍ରା  ନାଟକ ବହି ପଚିଶି ବର୍ଷ ପରେ  ଓ ବୀର ଘଟ୍ଟୋକ୍ଛଚ ପୁସ୍ତକ ଦୁଇଟି ଅତିଥିମାନଙ୍କ ଦ୍ବାର ଉନ୍ନୋଚନ ହୋଇଥିଲା । ଶେଷରେ  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ର ବାସୁଦେବ ପଣ୍ଡା ଙ୍କୁ ସ୍ବର୍ଗତ ଅଶୋକ ତ୍ରିପାଠୀଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୫---୭,୩୫ Sakhigopal News,13/1/2025

Blog Archive

Popular Posts