ପଦର୍ଶନୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
ଜଟଣୀ -ସ୍ଥାନୀୟ କୁସୁମାଟି ଗ୍ରାମର ଖେଳପଡିଆ ଠାରେ ଓଡିଶା ଫୁଟବଲ ଆସୋସିଏସନ ଦ୍ୱାରା ପରିଚାଳିତ ଜୁନିଅର ବିଭାଗର ଦୁଇ ଦଳ ଜଟଣୀ ନୀଳ ଏକାଦଶ ଏବଂ ଜଟଣୀ ହଳଦିଆ ଏକାଦଶ ମଧ୍ୟରେ ଏକ ପଦର୍ଶନୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଖେଳଟି ଗ୍ରାମର ଆବାଳବୃଦ୍ଧବନିତା ଏକତ୍ରିତ ହୋଇ ଛୋଟ ଛୋଟ ପିଲାଙ୍କ ମନରେ ଆଗ୍ରହ ଏବଂ ଉତ୍ସାହ କରିବାପାଇଁ ଖେଳକୁ ଉପଭୋଗ କରିଥିଲେ l ପ୍ରତିଯୋଗିତାଟି ଅତି ଉଚ୍ଚକୋଟିର ହୋଇଥିଲା l ଆରମ୍ଭରୁ ନୀଳ ଏକାଦଶର ଖେଳାଳୀ ଏମଡି. ଉଜାଫା ଖେଳର ଚାରିମିନିଟରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ l ଖେଳର ୭ ମିନିଟରେ ହଳଦିଆ ଏକାଦଶ ଖେଳାଳୀ ଆରୟନ ପ୍ରଧାନ ଗୋଲ ଦେଇ ଦଳକୁ ସମାନ ସ୍ତରକୁ ଆଣିଥିଲେ l ଖେଳର ଦ୍ଵିତୀୟାର୍ଦ୍ଧରେ ନୀଳ ଏକାଦଶର ଖେଳରୀ ସୋଭାଗ୍ୟ ରଞ୍ଜନ ବେହେରା ଏବଂ ବିଭୂପ୍ରସାଦ ବଢ଼େଇ ଗୋଟିଏ ଗୋଟିଏ ଗୋଲ ଦେଇ ଦଳକୁ ୩-୧ ଗୋଲରେ ଅଗ୍ରଣୀ କରାଇଥିଲେ l ହଳଦିଆ ଏକାଦଶ ବହୁ ଚେଷ୍ଟାକରି ଆଦିତ୍ୟ ମହାନ୍ତି ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ l ଶେଷରେ ନୀଳ ଏକାଦଶ ୩-୨ ଗୋଲରେ ବିଜୟୀ ଲାଭ କରିଥିଲା l ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫ୍ରି ସୁବାଶ ସିଂହ ତାଙ୍କୁ ସହଯୋଗ କରିଥିଲେ ତପନ ନାୟକ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ l ଛୋଟ ଛୋଟ ଶିଶୁଙ୍କୁ ଫୁଟବଲ ଖେଳରେ ଅଭ୍ୟାସ କରାଇ ପ୍ରତିଯୋଗିତାରେ ଉନ୍ନତ ମାନର ଖେଳ ପଦର୍ଶନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧/୨୦୨୫----୬,୩୫ Sakhigopal News,10/1/2025