Breaking News

ଜବର ଦଖଲକାରୀଙ୍କ କବ୍‌ଜାରେ ରେଲୱେ ମାର୍କେଟ୍ ; ରେଲୱେ ଉଚ୍ଚ କତୃ୍ପକ୍ଷଙ୍କ ଖାମଖିଆଲି ନୀତିଯାଗୁଁ ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା


ଜଟଣୀ:--ଖୋର୍ଦ୍ଧା ରୋଡ଼ ଡିଭିଜନର ନିଜସ୍ୱ ଷ୍ଟେସନ ବଜାର, ଗୋଲେଇ ମାର୍କେଟ ଓ ନିଉ ମାର୍କେଟ ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ରେଳ କର୍ମଚାରୀଙ୍କ ରଉତ୍ତରାଧିକାରୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଲିଜ ଧାରି ମୁତାବକ ଭଡ଼ା ସୂତ୍ରରେ ଦେଇ ଦୋକାନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଲିଜ ଧାରୀ ବ୍ୟକ୍ତି ଚୁକ୍ତି ମୁତାବକ ରେଳବାଇର ଅନୁମତି ବିନା ଅନ୍ୟ ବ୍ୟକ୍ତିଙ୍କୁ ବନ୍ଧକ କିମ୍ବା ବିଲୁପ୍ତ କରିପାରିବେ ନାହିଁ । ଯଦି ବିଲୁପ୍ତ କିମ୍ବା ବନ୍ଧକ ରଖନ୍ତି ତେବେ ତାହା ବେନିୟମ କାର୍ଯ୍ୟ । ଏହା ସତ୍ତ୍ଵେ ଲିଜଧାରୀ ଲକ୍ଷଲକ୍ଷ ଟଙ୍କାରେ ବନ୍ଧକ ବା ବିକ୍ରିକରି ମାଲେ ମାଲ 
ହେଉଥିବା  ଜଣାପଡ଼ିଛି । ଆହୁରି ମଧ୍ୟ ଜାଣିବାକୁମିଳେ ଲିଜ ଧାରୀଙ୍କୁ ଦିଆଯାଇଥିବା ଜମିର ପରିମାଣ ତଥା ଲମ୍ବ,ପ୍ରସ୍ଥ ଯାହାକି ଲିଜ୍‌ରେ ଉଲ୍ଲେଖ ରହିଥିଲେ ମଧ୍ୟ ଲିଜଧାରି ମାନେ ବେଆଇନ ଭାବରେ ଦୋକାନ ସାମ୍ନାରେ ଥିବା ଖାଲିଜାଗା ଏବଂ ରାସ୍ତାକୁ ମାଡିବସି ରାସ୍ତାକୁ ସଂକୀର୍ଣ୍ଣ କରି ସାରିଲେଣି । ଏଥୁ ସଙ୍ଗେ ସଙ୍ଗେ ଅନ୍ୟ ଖାଲିଥିବା ସ୍ଥାନ ଏବଂ ରାସ୍ତାକୁ ମାଡିବସି ଗୋଦାମ, ହୋଟେଲ, ବିଭିନ୍ନ ଦୋକାନ ବଜାରଗଢି, କ୍ୟାବିନ ପକାଇ ଭଡା ଦେଇ ଲକ୍ଷ ଲକ୍ଷଟଙ୍କା ରୋଜଗାର କରୁଥିବା ଜଣାଯାଇଛି । ଏହି ଜନଗହଳି ବଜାର ମଧ୍ୟରେ ଅନେକ ଲୁଗା ଦୋକାନ, ଟେକ୍ସନାରୀ, ଇଲୋକ୍ଟ୍ରୋନିକ, ଚପଲ, ଫଳ, ପନିପରିବା ଦୋକାନ, ସିଜିନ ସେଣ୍ଟର ଏହିପରି ଅନେକ ଛୋଟବଡ଼ ଦୋକାନ ମଧ୍ଯରେ ଏକ ଠିପିଖୋଲା ମଦଦୋକାନ ଥିବାରୁ ପରିସ୍ଥିତି ସଂଗୀନ ହୋଇପଡୁଛି । ଦିନ ରାତିଏହି ଦୋକାନକୁ ମଦୁଆଙ୍କ ସୁଅ ଛୁଟିଥିବାବେଳେ ସନ୍ଧ୍ୟା ହେଲେ ବଜାରକୁ ପରିବାର ସହଆସିବାକୁ ଲୋକମାନେ ଭୟ କରୁଥିବା ଜଣାପଡ଼ିଛି । ଆହୁରି ଦୁଃଖର ବିଷୟ ନିଉମାର୍କେଟ କଥା ନ କହିଲେ ଭଲ l ନିଉମାର୍କେଟ ଅଂଚଳର ଦୋକାନ ଗୃହ ଗୁଡିକ ସମ୍ପୂର୍ଣ୍ଣ ପାଖାପାଖି ଲାଗି ଏପରି ଅଛି ଯଦି କୌଣସି କାରଣରୁ ଦୈବାତ କୌଣସି ଦୁର୍ଘଟଣା ବା ଅଗ୍ନିକାଣ୍ଡ ଘଟେ ତେବେ ମାର୍କେଟରେ ଥିବା ସମସ୍ତ ଦୋକାନ ଜଳିପୋଡି ପାଉଁଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ଏଠାରେ ଆହୁରି ଏକ  ପ୍ରଶ୍ନ ଉଠେ ବେଆଇନଭାବେ ପଡ଼ିଥ‌ିବା ଦୋକାନ ଏବଂ କ୍ୟାବିନକୁ କିଭଳି ବିଦ୍ୟୁତ ସଂଯୋଗ ହେଉଛି । ବେଆଇନଭାବେ ବିଭାଗୀୟ କତୃପକ୍ଷ ଲାଞ୍ଚୁଆ କର୍ମଚାରୀଙ୍କ ମାଧ୍ୟମରେ ଦିଦ୍ୟୁତ୍ ସଂଯୋଗ କରାଯାଇଥିବା ଜଣଯାଏ । ଗତ ୨୦୨୩ ମସିହା ୩ ତାରିଖରେ ତାରିଖରେ ସଟସର୍କିଟ ହୋଇ ନିଆଁ ଲାଗି ଏକ ଲୁଗାଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସତ୍ତ୍ଵେ ରେଳ ବିଭାଗର କୌଣସି ପ୍ରତିକ୍ରିୟା ନାହିଁ ।ଏହାର ମୁଖ୍ୟ କାରଣ ସ୍ଥାନୀୟ ଦୋକାନୀ ନିଜ ଦୋକାନ ଗୁଡିକୁ ବେଆଇନ ଭାବେ ରାସ୍ତାକୁ ଅବରୋଧ କରିବାରୁ ସେହି ରାସ୍ତାରେ ଅଗ୍ନି ନିର୍ବାପକ ଗାଡି କିମ୍ବା କୌଣସି ଦୁର୍ଘଟଣା ସହାୟତ ଗାଡି ଯାଇପାରେ ନାହିଁ l ଏହା ବହୁଦିନର ସମସ୍ୟା l ଏହି ସମସ୍ୟାର ସମାଧାନ ହେବ କେବେ ?। ସ୍ଥାନୀୟ ବୁଦ୍ଧିଜୀଙ୍କ ମତରେ ରେଳବାଇର ଉଚ୍ଚ କତୃପକ୍ଷ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତକରି ଯଥାଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୫----୮,୪୫ Sakhigopal News,7/1/2025

Blog Archive

Popular Posts