Breaking News

ଆରଆଇ ଅଫିସକୁ ରାସ୍ତା ତୁରନ୍ତ କରିବାକୁ ଦାବି



ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଥିବା ସଦାନନଦପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆଜିବି ଭଲ ରାସ୍ତା ଟିଏ ନାହିଁ ।  ରାସ୍ତା ପାଇଁ ଏବେ ଚାଷୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି । ସୁଚନାଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ରାଜସ୍ୱ ବଡାଇବା ପାଇଁ ପଞ୍ଚାୟତ ଅନୁସାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କରିଦେଲେ । ସେବେ ଠାରୁ ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୁଡିକ ଅନେକ ସ୍ଥାନରେ ଘର ଭଡା ଓ  କେତେକ ସ୍ଥାନରେ ଚାଳ ଘରେ କାର୍ଯ୍ୟାଳୟ ଚାଲିଥିଲା । ସେଥି ମଧ୍ୟରୁ ୩୧୬ ନଂ ଜାତୀୟ ରାଜପଥର କାଦୁଆ ଛକ ତଥା କାହୁଆ ମେଳଣ ପଡିଆରେ ଅନେକ ଦିନ ଧରି ଭଙ୍ଗା ଦଦରା ଘରେ ସଦାନନଦପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଚାଲିଥିଲା । ବିଜେଡି ସରକାରଙ୍କ ସମୟରେ ଅନେକ ରାଜସ୍ୱ କାର୍ଯ୍ୟାଳୟ ଗୁଡିକ ନୂତନ ରଙ୍ଗରୂପ ପାଇଲା । ଏପରିକି ରାଜସ୍ୱ କାର୍ଯ୍ୟାଳୟ ଗୁଡିକ ଏକ ଅଫିସ ଭାବେ ଦେଖାଗଲା । ଲୋକମାନେ ପ୍ରତିଦିନ ଯିବା ଆସିବା କରିଲେ । ସେହି ଅନୁସାରେ ଲୋକମାନଙ୍କର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସଠିକ କର୍ମଚାରୀ ରହିଲେ । ମାତ୍ର ଦୁଖଃର ବିସୟ ସତ୍ୟବାଦୀ ବ୍ଳକରେ ଏପରି କେତେକ ସରକାରୀ କାର୍ଯ୍ୟାଳୟ ରହିଛି କାର୍ଯ୍ୟାଳୟକୁ ଯିବା ପାଇଁ ସଠିକ ବା ଭଲ ରାସ୍ତାଟିଏ ନାହିଁ । ଲୋକମାନେ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ତୁରନ୍ତ ସରକାର ଭଲ ରାସ୍ତାଟିଏ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୫---୭,୧୦   Sakhigopal News, 7/1/2025

Blog Archive

Popular Posts