Breaking News

ଓଡିଶା ମୁହାଁଉଛି ଫୋନି; ଉଗ୍ର ହୋଉଛିଫୋନି

ଗୋପାଳପୁରରୁ ଚାନ୍ଦବାଲି ମଧ୍ଯରେ ଫୋନି ସ୍ଥଳ ଭାଗ ୩ ତାରିଖରେ ଛୁଇଁବାର ଅଛି । ପୁରୀ ଠାରୁ ୬୬୦ କିଲୋ ମିଟର ଦୁରରେ । ଫୋନି ଘଣ୍ଟାକୁ ୧୪ କିଲୋ  ମିଟର ବେଗରେ ଗତି କରୁଛି । ଫୋନି ପାଇଁ ସ୍ବତନ୍ତ ୧୫ଜଣ ଆଇଏଏସ ଅଫିସରଙ୍କୁ ୧୫ ଟି ଜିଲ୍ଲା ପାଇଁ ସ୍ବତନ୍ତ ନିଯୁକ୍ତି ଦିଆଯାଇଛି । ପୁରୀ ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟତ୍ବ ଦିଆଯାଇଛି ।ଫୋନି ପାଇଁ ହେଲେପ ଲାଇନି ଫୋନ ନମ୍ବର ୧୦୭୦ । ୩ ତାରିଖରେ ଫୋନି ପୁରୀରେ ଛୁଇଁବ । କିଛି ସ୍ଥାନରେ ପବନ  ୧୮୦ ରୁ୨୦୦ କିଲୋ ମିଟର ବେଗରେ ପବନ ବୋହିବ ବୋଲି ଆଶା କରାଯାଉଛି ।ଫୋନିର ପ୍ରଭାବରେ ଆନ୍ଦ୍ରରେ ବର୍ଷା ଲାଗି ରହିଛି । ପୁରୀରୁ ସମସ୍ତ ହୋଟେଲ ଖାଲି କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୁରୀର ତଳିଆ ଅଞ୍ଚଳରେ ବସବାସ କରୂଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts