ବେସରକାରୀ ବିଦ୍ୟାଳୟ ଘର କାମ ବେଳେବିଦ୍ୟୁତ ତାର ଲାଗି ମହିଳାଙ୍କ ମୃତ୍ୟୁ
ବରଗଡ ଜିଲ୍ଲାର ଅତାବିରା ଏନଏସି ସ୍ଥିତ ଆନ୍ଦ୍ର କଲ୍ୟାଣ ମଣ୍ଡପ ନିକଟରେ ବିଲ ମଝିରେ ସିର୍ଦ୍ଧାଥ ପବ୍ଳିକ ସ୍ଳୁଲର ନୂତନ କୋଠା ଘର ନିର୍ମାଣ ଆରମ୍ଭ ହୋଇଛି । ମାତ୍ର କାମ କରାଯାଉଥିବା ଯାଗା ଉପରେ ୧୧ କେବି ବିଦ୍ୟୁତ ତାର ଯାଇଛି । ଯାହାକି କାମ କରିବା ସମ୍ବବପର ନୁହେଁ । ବିଦ୍ୟୁତ ତାର ନ ହଟାଇ ସେଠାରେ କାମ କରାଯାଉଥିଲା । ବିଦ୍ୟାଳୟର ଘର ପାଇଁ ପିଲର କରାଯାଉଛି । ସେଠାରେ ପିଲର ପାଇଁ ରଡ ଉଠାଇବା ସମୟରେ ୧୧ କେବି ବିଦ୍ୟୁତ ତାର ଲାଗି ଯିବାରୁ କାମ କରୁଥିବା ଦୁଇଜଣ ମହିଳା ଗରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ନାମ ରଜନୀ (୨୫) । ସେ ଦୁଇଟି ସନ୍ତାନର ମା । ସୁଚନା ଯୋଗ୍ୟ ଯେ ରଜନୀ ଓ ମଞ୍ଜୁ ଦୁଇ ଭଉଣୀ କାମ କରିବା ପାଇଁ ଯାଇଥିଲେ । ସେମାନେ ପିଲର ପାଇଁ ଲୁହାରଡ ଉଠାଇବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମାତ୍ର ରଜନୀର ମୃତ୍ୟୁ ହୋଇଯାଇଥିବା ବେଳେ ମଞ୍ଜୁ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି । ସଙ୍ଗେ ସଙ୍ଗେ ରଜନୀକୁ ବରଗଡ ସ୍ଥିତ ବିକାଶ ମଲ୍ଟି ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । ଅନ୍ୟପକ୍ଷେ ରଜନୀର ୫ ବର୍ଷର ଝିଅ ଓ ତିନି ବର୍ଷର ପୁଅ ମା ଛେଉଣ୍ଡ ହୋଇଯାଇଛନ୍ତି । ସକାଳେ ସଂଧ୍ୟାରେ ମା କାହିଁ ବୋଲି କହି ରାହା ଧରି କାନ୍ଦୁଛନ୍ତି । ସେହିପରି ସେଠାରେ ମାଟି ପୋତାଯାଉଥିବା ସମୟରେ ଏକ ଡମ୍ପର ତାର ସହିତ ସଂଯୋଗରେ ଆସିଥିଲା । ମାତ୍ର ତାର ଛିଣ୍ଡି ପଡିବାରୁ ଡମ୍ପରର ଡ୍ରାଇଭର ଅଳ୍ପକେ ବଞ୍ଚିଯାଇଥିଲେ । ଏତିକିରେ ବିଦ୍ୟାଳୟ କତ୍ତୃପକ୍ଷ ଚେତିଲେ ନାହିଁ ଯେ ସେମାନଙ୍କ ବେପାରୁଆ ମନୋଭାବ ଯୋଗୁ ଏବେ ଜଣେ ମହିଳାଙ୍କ ମୃତ୍ୟୁ ହେଲା ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଏବେ ଦେଖିବାକୁ ବାକି ରହିଛି ବିଦ୍ୟାଳୟ ପ୍ରତି ଅତାବିରା ପୋଲିସ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଏବଂ ମା ଛେଉଣ୍ଡ ପିଲା ମାନଙ୍କୁ କ’ଣ ନ୍ୟାୟ ଦେଉଛି ତାହା ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି । ନା ବିଦ୍ୟାଳୟ କତ୍ତୃପକ୍ଷ ଓ ପୋଲିସ ସଲାସୁତରା ହୋଇ ଏହାକୁ ଏକ ଅପମୃତ୍ୟୁ କେସରେ ରଖୁଛନ୍ତି ତାହା ସମୟହିଁ କହିବ ।
ବରଗଡରୁ ନବୀନ କୁମାର ଦାଶ
ବରଗଡରୁ ନବୀନ କୁମାର ଦାଶ