Breaking News

ରିଲିଫ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ଆଣିଲା ମହିଳା କଂଗ୍ରେସ

ଡେଲାଙ୍ଗ–---- ପୁରୀ ଜିଲ୍ଲା ମହିଳା କଂଗ୍ରେସକମିଟି ର ସଭାନେତ୍ରୀ ନିରୁପମା ପାତ୍ରଙ୍କ ନେତୃତ୍ବରେ ଡେଲାଙ୍ଗ ବ୍ଳକରେ ବାତ୍ଯା ଫାନିର ରିଲିଫ ପ୍ରଦାନରେ ପାତର ଅନ୍ତର କରାଯାଇଛି ବୋଲି ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ର ଡେଲାଙ୍ଗ ତହସିଲଦାର ଓ ବିଡିଓଙ୍କ ମାଧ୍ଯମରେ ଦେଇଥିବାର ଜଣାପଡିଛି ।  ଅଭିଯୋଗରେ ସେ ଦର୍ଶାଇ ଛନ୍ତି ଯେ ରାଶନ କାର୍ଡ ନଥିବା ଗରିବ ଓ ବାତ୍ଯାରେ କ୍ଷତିଗସ୍ତ ପରିବାରଙ୍କୁ ସମ ପରିମାଣର ରାଶନ କାର୍ଡ ପରିବାରଙ୍କୁ ମିଳିଥିବା ରିଲିଫ ସାମଗ୍ରୀ ପ୍ରଦାନ । ବିଦ୍ଯୁତ ସଂଯୋଗ, ସମସ୍ତଙ୍କୁ କିରୋସିନି ଯୋଗାଣ । ବାତ୍ଯାରେ ସଠିକ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts