ଦୁର୍ନୀତିରେ ବୁଡି ରହିଛି ବିଦ୍ୟୁତ ବିଭାଗ
:-ବରଗଡ଼ ଜିଲ୍ଲା ଓଡ଼ିଶାର ଭାତହାଣ୍ଡି ରୂପେ ପରିଚିତ ଥିବାବେଳେ ଏହା ଏକ କୃଷି ତଥା ଜନ ବହୁଳ ଅଞ୍ଚଳ।ଏହି ଜିଲ୍ଲାଟି 12ଟି ବ୍ଲକକୁ ନେଇ ଗଠିତ ହୋଇ 1177ଟି ଗାଁ ରହିଛି।ଜିଲ୍ଲାରେ ବିଦ୍ୟୁତ ନବୀକରଣ ଓ ଉନ୍ନତିକରଣ ସକାଶେ କେନ୍ଦ୍ରୀୟ ଅନୁଦାନ ମିଳିଛି । ଗରିବ ଓ ନିରୀହ ବିପିଏଲ ପରିବାରମାନଙ୍କ ପାଇଁ ମାଗଣାରେ ସମସ୍ତ ଗାଁ ଗଣ୍ଡାରେ ବିଦ୍ୟୁତ ସଂଯୋଗ ଦେବାର ନିୟମ ରହିଥିଲେହେଁ ବିଦ୍ୟୁତ ବିଭାଗ ସେଇ ନିୟମକୁ ଉଲଂଘନ କରୁଛି ବୋଲି ଅଭିଯୋଗ ମାନ ହୋଉଛି । କେଉଁଠି ସହରାଞ୍ଚଳ କାମକୁ ଗ୍ରାମାଞ୍ଚଳରେ କରି ଦେଇ ତ ଆଉ କେଉଁଠି ମିଟର ବୋର୍ଡ଼ ପିଟିବା ସମୟରେ ଜୋରଜବରଦସ୍ତ ଟଙ୍କା ମଧ୍ଯ ଆଦାୟ କରାଯାଉଥିବା ଲୋକେ ମାନେ ଅଭିଯୋଗ ମାନ କରନ୍ତି । ଖାଲି ସେତିକି ନୁହେଁ ଦୀର୍ଘ ଦେଢ଼ ବର୍ଷରୁ ଦୁଇ ବର୍ଷ ହେବ ଖୁଣ୍ଟ ପୋତି,ତାର ଟାଣି,ମିଟର ବୋର୍ଡ଼ ପିଟି ବିଦ୍ୟୁତ କନେକ୍ସନ ନ ଦେଇ ଅନେକ ବିଦ୍ଯୁତ ଉପଭୋକ୍ତାଙ୍କର ବିଲ ଆସିଛି 854 ଟଙ୍କା । କାମ ଗୁଡିକ ଆଇପିଡ଼ିଏସ, ଦିନଦୟାଲ,ସୌଭାଗ୍ୟ ସ୍କିମରେ କାମ ହେଉଥିବାବେଳେ ଏନଟିପିସି, ବିଜୟ ଇଲେକ୍ଟ୍ରିକାଲ,ଫେଡ୍କୋ,ଏଲଏଣ୍ଡଟି ଓ ୱେସ୍କୋ ନିଜେ ମଧ୍ୟ କାମ କରୁଛି । ଏମାନେ ପୁଣି ଅନ୍ୟ ଠିକାଦାର ମାନଙ୍କୁ କାମ ଦେଇ ପ୍ରଚୁର ଲାଭ ଆଦାୟ କରି କାମଟିକୁ ଅତି ନିମ୍ନ ଓ ଏଣେତେଣେ ଖୁଣ୍ଟ ପୋତି ନିଜର ମନମୁତାବକ କାମଗୁଡିକ କରୁଥିବାବେଳେ ବିଦ୍ୟୁତ ବିଭାଗର ଏକଯ୍ୟୁକେଟିବ ବରଗଡ଼,ସିଓ ବୁର୍ଲା,ଏଓ ବୁର୍ଲା ଙ୍କୁ ବିଗତ ଦିନରେ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ବିଭାଗର କର୍ତ୍ତୃପକ୍ଷ ମାନେ ଚେଇଁ ସୋଇଥିବାର ଜଣାଯାଏ । ନିଜ ଦୁର୍ନୀତିକୁ ନିଜେ ତଦନ୍ତ କରି ଲୋକଙ୍କ ସାଙ୍ଗରେ ଖେଲ ଖେଳି ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଉଛି। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବ୍ଲକରେ ହୋଇଥିବା ନିମ୍ନମାନର କାମ ପଦାକୁ ଆସୁଛି । ବରଗଡ଼ ଜିଲ୍ଲା ଅତାବିରା,ଭେଡେନ ପରେ ପରେ ଏବେ ଦେଖିବାକୁ ମିଳିଛି ଗାଇସିଲେଟ ବ୍ଲକର ସାଉତଖଣ୍ଡି ଗାଁରେ । ଏହି ଗାଁକୁ ଯିବା ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ଉପରକୁ ଅଣେଇ ହୋଇ ବିପଦକୁ ଆମନ୍ତ୍ରଣ କରୁଥିବାବେଳେ ଅନେକସ୍ଥାନରେ ଭଙ୍ଗାଦଦରା ଖୁଣ୍ଟମାନ ଅତି ହାଲୁକଭାବରେ ପୋତି କାମ ହୋଇଥିବା ଯୋଗୁଁ ଖୁଣ୍ଟ ଢ଼ଲିଯାଇଛି । ମାସ ମାସ ଧରି ବିପଦଖୁଣ୍ଟ ହୋଇ ରାସ୍ତାଉପରେ ମୁଣ୍ଡଟେକି ରହିଛି ।ଯଦ୍ୱାରା ସ୍କୁଲ ଛାତ୍ରଛାତ୍ରୀ,ଗାଈ ଗୋରୁଓ ସ୍ଥାନୀୟ ଲୋକମାନେ ଭୟାତୁର ହୋଇ ଯିବାଆସିବା କରୁଛନ୍ତି । ଏ ନେଇ ବିଭାଗୀୟ ଏସଡ଼ିଓଙ୍କୁ ପଚାରିବାରୁ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ ଓ ସେଇ କାମ ସୌଭାଗ୍ୟ ସ୍କିମରେ କାମ ହୋଇଥିବାବେଳେ ୱେସ୍କୋର କଣ୍ଟ୍ରାକ୍ଟର କରୁଛନ୍ତି । ସେହିପରି ଦିନଦୟାଳ କାମକୁ ଏଣ୍ଟିପିସି ରୁ ସବ କଣ୍ଟ୍ରାଟର ଭାବେ ନେଇ ବିଜୟ ଇଲେଟ୍ରିକଲ କାମ କରୁଥିବାର କହିଥିଲେ ଓ ଗାଇସିଲେଟ ଜେଇ ବିଜୟ କିଷାନଙ୍କୁ ପଚାରିବାରୁ ସେ କାମ କେବେଠୁ ସାରିଯାଇଛି । ସାମାନ୍ୟ ପବନରେ ଖୁଣ୍ଟ ଗୁଡିକ ପଡି ଯାଇଛି ବୋଲି କହିଥିବାବେଳେ ବାରମ୍ବାର ତାଙ୍କ ପାଖକୁ ଅଭିଯୋଗ ମଧ୍ୟ ଯାଇଛି ହେଲେ ଜେଇ ମହାଶୟ ମାସ ମାସ ଧରି ସେଇ କାମକୁ ବିପଦ ସଂକୁଳ ଭାବରେ ରହିଥିଲେହେଁ ଆଜି ପର୍ଯନ୍ତ କରିନାହାନ୍ତି ବୋଲି ଲୋକେ କହନ୍ତି । ଖାଲି ସେତିକି ନୁହେଁ ଦୁର୍ଘଟଣା ଘଟିଲେ ଯାଇ କାମ କରିବେ ବୋଲି ଗାଁ ଲୋକେ କହିଥିଲେ । ଗାଁ ରେ ଅନେକ ଲୋକଙ୍କୁ ବିଦ୍ୟୁତ ସଂଯୋଗ ହୋଇ ନଥିବା ଲୋକେ ଅଭିଯୋଗ କରିଥିବାବେଳେ ଜେଇ ବିଦ୍ୟୁତ ସଂଯୋଗ ହୋଇଛି ଲାଇନ ମଧ୍ୟ ଜାଳୁଛନ୍ତି ବୋଲି କହିଥିଲେ ଓ ଖୁଣ୍ଟ ଗୁଡିକ ପୋତିବାର ବର୍ଷେ ଦେଢ଼ ବର୍ଷ ହେଇ ପୁରୁଣା ହେଲାଣି ତ ସେଥିପାଇଁ ସାମାନ୍ୟ ପବନରେ ଭାଙ୍ଗି ପଡିଯାଇ ତାର ଛିଣ୍ଡିଯାଇଛି । ଯାହା ଲୋକଙ୍କ କହିବା ଅନୁସାରେ ପୋତିଲାବେଳୁ ଭଙ୍ଗା ପୋଲ ପୋତାଯାଇଛି । ଭୋଟ ଆଗରୁ ଭୋଟକୁ ଆଖି ଆଗରେ ରଖି ମିଟର ବୋର୍ଡ଼ ପିଟି ଏ ପର୍ଯନ୍ତ ବିଦ୍ୟୁତ ସଂଯୋଗ ପାଇନାହୁଁ ଆଉ କେବେ ପାଇବୁ ଜାଣି ହେଉନାହିଁ । ତରବରିଆ ଭାବେ ଗୋଟେ ପାଟି ଆସିଲେ ଖୁଣ୍ଟ ପୋତିଦେଲେ,ଆଉ ଗୋଟିଏ ପାଟି ଆସି ତାର ଟାଣିଦେଲେ ଓ ଆଉ ଗୋଟିଏ ପାଟି ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମିଟରବୋର୍ଡ଼ ପିଟି ଦେଇଚାଲିଗଲାପରେ ତାଙ୍କର ଆଉ ଦେଖାନାଇ ବୋଲି ଲୋକେ କହିଥିଲେ । ସେହିପରି ବିଦ୍ୟୁତ ବିଭାଗର ଦୁର୍ନୀତି ଜିଲ୍ଲାର ବିଭିନ୍ନ ବ୍ଲକରେ ଏବେ ପଦାକୁ ଆସୁଛି। କେଉଁଠି ବିଦ୍ୟୁତ କନେକ୍ସନ ନଦେଇ ବିଲ ଆସିଯାଇଛି ତ ଆଉ କାମବେଳେ ବିପିଏଲ ପରିବାର ମାନଙ୍କ ଠାରୁ ୨୦୦ରୁ ୩୦୦ ସହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରାଯାଇଥିବାର ନଜିର ରହିଛି। ଯାହାକି ଖୁଣ୍ଟ ପୋତା,କେବୁଲ ଟଣା,ମିଟର ବୋର୍ଡ଼ପିଟା, ବିଦୂତ ସଂଯୋଗ ପର୍ଯନ୍ତ ସମ୍ପୁର୍ଣ୍ଣ ମାଗଣା। ବିଦ୍ୟୁତ ବିଭାଗ ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ କାମଗୁଡିକ ଅତି ନିମ୍ନମାନର ତଥା ବେନିୟମ ଭାବରେ ଚାଲୁଥିବା ଲୋକେ କହନ୍ତି। ଜିଲ୍ଲାର 12ଟି ବ୍ଲକରେ ଦୁର୍ନୀତି ବୁଡି ରହିଛି ଯାହା ଗୋଟିଏ ପରେ ପରେ ପଦାକୁ ଆସିବାରେ ଲାଗିଛି। ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳ ଲୋକଙ୍କୁ ଠକି ଚାଲିଛି ବିଦ୍ୟୁତ ବିଭାଗ।ଏନେଇ ସରକାର ଦୃଷ୍ଟି ଦେଇ ବେନିୟମ କାର୍ଯରେ ସଂପୃକ୍ତଥିବା ସରକାରୀ ଓ ବେସରକାରୀ ବାବୁ ମାନଙ୍କୁ ତଥା କାମର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
ବରଗଡ଼ରୁ ନବୀନ କୁମାର ଦାଶ