Breaking News

ପାଣି ପାଇଁ ଡହଳ ବିକଳ ବାଲିଗୁଡା ଏନଏସିର ୧୨ ନଂୱାର୍ଡବାସି

 କନ୍ଧମାଳ---- କନ୍ଧମାଳ ଜିଲ୍ଲାର ବାଲିଗୁଡା ଏନଏସିର ୧୨ ନଂ ୱାର୍ଡର ବାସିନ୍ଦା ମାନେ ପାଣି ପାଇଁ ୧୨ ଦିନ ହେଲାଣି ଡହଳ ବିକଳ ହେଉଛିନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଖରାକୁ ନଜର କରି ଯୁଦ୍ଧ କାଳୀନ ମଧ୍ୟରେ ଅଚଳଥିବା ନଳକୂପ ମରାମତି କର ନଚେତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା  ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ତାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କେହି ମାନିବାକୁ ନରାଜ । ସୁଚନାଯୋଗ୍ୟ ଯେ ଏନଏସିର ୧୨ ନଂ ୱାର୍ଡରେ ଆଜକୁ ପାୟ ୧୨ ଦିନ ହେବ ପ୍ରାୟ ୧୦୦ ଟି ପରିବାର ନିର୍ଭର କରିଥାନ୍ତି । ନଳକୂପ ମରାମତି କରିବା ପାଇଁ ଏନଏସି ଓ ପାନୀୟ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଦୌଡି ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ୱାର୍ଡ ବାସୀ ଅଭିଯୋଗ କରିଛନ୍ତି ।  ଅନ୍ୟ ପକ୍ଷେ ରାଜ୍ୟ ସରକାର କନ୍ଧମାଳ ଅଞ୍ଚଳରେ ଘରେ ଘରେ ପାନୀୟ ଜଳ ଯୋଗାଇ ଦେଇଛନ୍ତି ବୋଲି କହୁଥିବା ବେଳେ ୧୨ ଦିନ ହେଲା ପାଣି ପାଇଁ ୧୦୦ଟି ପରିବାର ଡହଳ ବିକଳ ହେଉଛନ୍ତି । ଅଭିଯୋଗ ପରେ ଅଭିଯୋଗ ହେଉଛି ମାତ୍ର କେହି ଶୁଣିବାକୁ ନରାଜ । ଏହାକୁ ନେଇ ୱାର୍ଡବାସୀ ମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଦେଖାଯାଉ କେବେ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ନିଦ ଭାଙ୍ଗୁଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts