ଖାକିରେ ପୁଣି ଲାଗିଲା କଳଙ୍କ
କନ୍ଧମାଳ--- କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଜଣେ କଲେଜ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ପରେ ପତାରଣା କରିଥିବା ନେଇ କନ୍ଧମାଳ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଟକେଇମାଲା ଗ୍ରାମର ଜଣେ ଯୁବକ ପୋଲିସ ବିଭାଗରେ ଏବେ କାର୍ଯ୍ୟରତ ଅଛନ୍ତି । ପ୍ରଥମେ ସେ ଯୁବତୀଙ୍କୁ ପ୍ରେମ ସମ୍ପର୍କ ଯୋଡିଥିଲେ । କିଛି ଦିନ ପରେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବିଭିନ୍ନ ଲଜରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ । ଯାହା ଫଳରେକି ଯୁବତୀ ଜଣଙ୍କ ଦୁଇ ମାସର ଭର୍ଗବତୀ ହୋଇଥିଲେ । ଯୁବତୀ ଜଣଙ୍କ ତାଙ୍କ ପୋଲିସ ସ୍ୱାମୀଙ୍କ ଆଗରେ ଏକଥା କହିବାରୁ ଏକ ମନ୍ଦିରକୁ ନେଇ ସେଠାରେ ବିବାହ କରିଥିଲେ । କିଛିଦିନ ସ୍ୱାମୀ ସ୍ତୀ ଭାବରେ ଚଳିବା ପରେ ଯୁବତୀଙ୍କୁ ତାଙ୍କସ୍ୱାମୀ ଓ ପରିବାର ସଦସ୍ୟ ମାନେ ମିଳିତ ଭାବରେ ମାଡ ମାରିବା ସହ ଶାରୀରିକ ମାନସିକ ଯନ୍ତଣା ଦେଇଥିଲେ । ଏହା ସହିତ କନ୍ଧମାଳ ମେଡିକାଲରେ ଗର୍ଭପାତ କରାଇଥିଲେ ବୋଲି ଯୁବତୀ ଜଣଙ୍କ ଏତଲାରେ ଅଭିଯୋଗ କରିଛନ୍ତି । ମାତ୍ର ଯୁବତୀ ଜଣଙ୍କ ନ୍ୟାୟ ପାଇଁ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖିଦେଇ ଚୁପ ହୋଇ ବସି ରହିଛନ୍ତି । କାରଣ ଏ ଘଟଣା ପଦାକୁ ଆସିଲେ ରାଜ୍ୟରେ ପୁଣି ପୋଲିସ ଖାକିରେ ଦାଗ ଲାଗିବ ବୋଲି ଘଟଣାକୁ ଥାନା ଅଧିକାରୀ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜଣସାଧାରଣ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ଏହି ପରି ଘଟଣା କନ୍ଧମାଳ ଥାନା ଅଞ୍ଚଳରେ ଅନେକ ଘଟୁଥିବା ଜନର ରହିଛି । ଦେଖାଯାଉ ଏହି ଯୁବତୀଙ୍କୁ ନ୍ୟାୟ ମିଳିବ କେବେ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା