ମହାରଥୀ ତଦାରଖ କଲେ ବାତ୍ୟା ଆଶୟ ସ୍ଥଳୀ
ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତରେ ବିଭିନ୍ନ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକମାନଙ୍କୁ ଭେଟିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ବାତ୍ୟା ଫନି ପୁରୀରେ ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡିଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ହାଇ ଆଲଟ କରାଯାଇଛି । ବର୍ଷା ସହିତ ପବନ ବୋହିବ ଏଣୁ କଚା ଘର ବା ତଳିଆ ଅଞ୍ଚଳରେ ଥିବା ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ଶ୍ରୀ ମହାରଥୀ ଆଜି ରାତିରେ ଏକ ବୈଠକ କରି ବାତ୍ୟା ଫନି ପାଇଁ କେହି ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କହିବା ସହ ମୁନିଦା ଗ୍ରାମ ପଞ୍ଚାୟତର ଶଙ୍ଖପାଟ ଗ୍ରାମ ବିଦ୍ୟାଳୟରେ ଥିବା ଲୋକମାନଙ୍କ ଖାଇବା ପିଇବା କଥା ପଚାରି ବୁଝିଥିଲେ । ମୁନିଦା ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ଏହି ଅସ୍ଥାୟୀ ବାତ୍ୟା ଶିବିରର ଦାୟତ୍ୱ ନେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ବିଜେଡିର ବହୁ କର୍ମୀ ମାନେ ଉପସ୍ଥିତ ରହିଥିଲେ । ସେଠାରୁ ଶ୍ରୀ ମହାରଥୀ ଧାନକେରା ଓ ଅଭୟମୁଖୀ ଗ୍ରାମ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଭେଟିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି