ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଆଜି ୧୦ ଟା ସମୟରେ ସ୍ଥାନୀୟ ବିଦ୍ୟୁତ ବିଭାଗ ସେକସନ୍୧ରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ଉର୍କୁଳୁ ତାଣ୍ଡି ଯୋଗଦେଇ ପତକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ନିରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ସଂଗଠନର ଆବାହକ ପ୍ରତୁଳ କୁମାର ମହାଣାଙ୍କ ତତ୍ୱବଧାନରେ ପତକା ଉତ୍ତୋଳନ କରାଯାଇଥିଲା । ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ଶ୍ରମିକ ଏକତା ଜିନ୍ଦାବାଦ ଆଦି ସ୍କୋଗାନ ଦେଇ ବଜାର ଓ ଏନଏସି ଅଞ୍ଚଳ ପରିକ୍ରମା କରି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ ସଭାରେ ଅତାବିରା ବ୍ଳକ ଓ ଏନଏସିରେ ଥିବା ହୀରଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ହୀରା ଜି.ଟି.ଡି ୱାର୍କର ୟୁନିୟନ, ଜୟ ମା କାଳୀ ଡ୍ରାଇଭର ଏସୋସିଏସନ୍ - ରେଙ୍ଗାଲିକ୍ୟାମ୍ପ, ରାଜ୍ୟ ପନ୍ୟାଗାର ନିଗମ ଶ୍ରମିକ ସଂଘର କର୍ମମର୍ତ୍ତା ମାନେ ଯୋଗଦେଇଥିଲେ । ଅନୁଷ୍ଠିତ ସଭାରେ ଯୁଗ୍ମ ଆବାହକ ରାମଚନ୍ଦ୍ର ମହାପାତ୍ର, ଚନ୍ଦ୍ର ପ୍ରଧାନ, ପୁରନେନ୍ଦୁ କୁମାର ସାହୁ, ବଦେଶ ଦାଶଙ୍କ ସହ ବହୁ ଶ୍ରମିକ ଓ ଶ୍ରମିକ ନେତାମାନେ ଯୋଗଦେଇ ସେମାନଙ୍କର ଅସୁବିଧା ଓ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ ।
ବରଗଡରୁ ନବୀନ କୁମାର ଦାଶ