ସତ୍ୟବାଦୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ରନ୍ଦାଖାଦ୍ୟ ବାଣ୍ଟିଲା
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ବାତ୍ୟା ଫନି ଯୋଗୁ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । କେତକ ପରିବାର ନିଜର ଘରଦ୍ୱାର ଛାଡି ପାଖ ପଡୋଶୀଙ୍କ କୋଠାଘରେ ଆଶ୍ରୟ ନେଇଥିବାର ଦେଖାଯାଇଛି । ପୁରୀଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟବାଦୀର ସ୍ୱାଦ ତା କାର୍ଯ୍ୟାଳୟ ପରିସରରେ ଥିବା କେତେକ ପରିବାରଙ୍କୁ ଗୁରୁବାର ରାତିରେ ରନ୍ଦାଖାଦ୍ୟ ପ୍ରଦାନ କରିଛନ୍ତି । ପ୍ରତିବର୍ଷ ବନ୍ୟା ବାତ୍ୟା ଆସିଲେ ସ୍ୱାଦ ଅନୁଷ୍ଠାନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନସାଧାରଣଙ୍କୁ ସହଯୋଗର ହାତ ବଡାଇ ଆସିଛି । ବିଶେଷ କରି ଅନୁଷ୍ଠାନର କର୍ମଚାରୀ ଶିଶିର ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବାତ୍ୟା ନ ଛାଡିବା ପର୍ଯ୍ୟନ୍ତ ସେ ରନ୍ଦାଖାଦ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି