Breaking News

ଡିବି ନିଆଁରୁ ଅଗ୍ନିକାଣ୍ଡ ଘଟି ନଗଦ ୪୦ ହଜାର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଗଲା

ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ବହ୍ମେଶ୍ୱରପୁର ଗ୍ରାମରେ ଗୁରୁବାର ରାତିରେ ଡିବି ନିଆଁରୁ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରଙ୍କର ୭ ବଖରା ଘର ସହିତ ନଗଦ ୪୦ ହଜାର ଓ ଲକ୍ଷାଧିକ ଟଙ୍କା ପୋଡି ଯାଇଥବା ଜଣାପଡିଛି । ସୁଚନାଯୋଗ୍ୟ ଯେ କୌଳାସ ପୂଜାରୀ,  ସୋମନାଥ ପୂଜାରୀ ଓ ପ୍ରହଲ୍ଲାଦ ପୂଜାରୀଙ୍କର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି  । ସବୁଠାରୁ ଅଧିକ କ୍ଷତି ହୋଇଛି ସୋମନାଥ ତାଙ୍କ ଝିଅ ବାହାଘର ପାଇଁ ୪୦ ହଜାର ଟଙ୍କା ରଖିଥଲେ ତାହା ମଧ୍ୟ ପୋଡିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗର ଅଧିକାରୀ ସନ୍ତୋଷ ଦାଶ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts