ଫନିର ମୁକାବିଲା କରିବା ପାଇଁ ବରକେରା ଗ୍ରାମବାସୀ ଅଣ୍ଟା ଭିଡିଲେ
ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଏବେ ଆଉ ଆଗଭଳି ନାହିଁ । ଏବେ ବିପଦ ଆପଦ ସମୟରେ ଏକ । ଜଣଙ୍କର ଦୁଖଃରେ ସମସ୍ତେ ଦୁଖି ସୁଖରେ ସୁଖି ହେଉଛନ୍ତି । ଗ୍ରାମରେ ଲୋକସଂଖ୍ୟା ପାୟ ୧୫ଶହରୁ ଅଧିକ । ସମସ୍ତେ ଚାଷୀ ପରିବାର କହିଲେ ଅତୁକ୍ତି ହେବନାହିଁ । ଏଠାରେ ମାଛ, ପନିପରିବା, ଗୋ ପାଳନ କ୍ଷେତ୍ରରେ ସୁନାମ ରହିଛି । ରାଜ୍ୟ ସ୍ତରୀୟ ପୁରଷ୍କାର ପାଇଛନ୍ତି ଏହି ଗ୍ରାମର ଚାଷୀ ମାନେ । ଏବେ ସରକାରଙ୍କ ଉପରେ ନିର୍ଭର ନ କରି ନିଜ ନିଜ ପରିବାରକୁ ସୁରକ୍ଷିତ ଓ ନିଜ ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଅଣ୍ଟା ଭିଡିଥିବାର ଜଣାପଡିଛି । ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସେହି ଗ୍ରାମର ପୁଅ ମିଟୁ କିଶୋର ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ରାତିରେ ଗ୍ରାମରେ ଥିବା ଠାକୁରଙ୍କ ମନ୍ଦିର ମଣ୍ଡପରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ କମିଟି ଓ ଯୁବ ଗୋଷ୍ଠୀ, ସ୍ୱେଚ୍ଛାସେବୀଙ୍କ ସହିତ ଗ୍ରାମର ମୁରବୀ ଲୋକମାନେ ଏକାଠି ହୋଇ ଫନିର ସଠିକ ମୁକାବିଲା କରିବା ପାଇଁ ନିସ୍ପତ୍ତି ଗ୍ରହଣ କରାଯାଇଛି । ବାତ୍ୟା ସମୟରେ ଗ୍ରାମର ଯୁବକ ମାନେ ପ୍ରହରା ଦେବା ସହିତ ଟର୍ଚ୍ଚ ଲାଇଟି, ମୋବାଇଲି , ମଟର ସାଇକେଲ, ସାଇକେଲ ଆଦି ରଖିବେ । ତଳୁଆ ବା ଖାଲୁଆ ଅଞ୍ଚଳରେ ଥିବା ପରିବାର ମାନଙ୍କୁ ବିଦ୍ୟାଳୟକୁ ଆଣିବାର ବନ୍ଦୋବସ୍ଥ କରିବେ । ରାସ୍ତାରେ ଗଛ ପତ୍ର ପଡିଲେ ସଙ୍ଗେ ସଙ୍ଗେ ସଫା କରିବା ପାଇଁ ଉଦ୍ଦ୍ୟମ କରାଯିବ । ଆବଶ୍ୟକୀୟ ଶୁଖିଲା ଖାଦ୍ୟ, ପାନୀୟ ଜଳ, ମହମବତୀ , ଡିଆସିଲ ମହଜୁଦ ରଖାଯିବା ପାଇଁ ଗ୍ରାମ ସଭାରେ ନିସ୍ପତି ଗ୍ରହଣ କରାଯାଇଛି । ଉକ୍ତ ବରକେରା ଗ୍ରାମରେ ନିଆଯାଇଥିବା ନିସ୍ପତିକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଡେଲାଙ୍ଗ ବ୍ଳକ ଏକ ଆଦର୍ଶ ଗ୍ରାମ ବୋଲି କହିଛନ୍ତି । ଯଦି ସମସ୍ତ ଗ୍ରାମରେ ଏହି ପରି ଯୁବ, ଯୁବତୀ ଗୋଷ୍ଠୀ ଆଗେଇ ଆସିଲେ ଡେଲାଙ୍ଗ ବ୍ଳକ ପୁରୀ ଜିଲ୍ଲାରେ ଏକ ନମ୍ବର ସ୍ଥାନରେ ରହିବ ବୋଲି ସେ କହିଛନ୍ତି । ଏବଂ ବରକେରା ଗ୍ରାମର ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କୁ ସାଧୁବାଦ ଜଣାଇବା ସହ ଗ୍ରାମବାସୀଙ୍କୁ କୃତଙ୍ଗତା ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି