Breaking News

ଫନି ସବୁଠାରୁ ଅଧିକ କ୍ଷତି କରିବ ଚାଷୀଙ୍କର

ସାକ୍ଷୀଗୋପାଳ---  ଓଡିଶା ମୁହାଁଇଛି ବାତ୍ୟା ଫନି । ଯାହା ଫଳରେକି ସବୁଠାରୁ ଅଧିକ କ୍ଷତି ହେବ ଓଡିଶା ଚାଷୀ ମାନଙ୍କର  । ପ୍ରତିବର୍ଷ ବନ୍ୟା ବାତ୍ୟା, ମରୁଡିରେ ଓଡିଶା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିପଡିଥାଏ  । ଏ ବର୍ଷ ମୁଗ, ବିରି, କୋଳଥ, ଚିନାବାଦାମ ଅମଳ ସମୟ  । ଚାଷୀ ମାନଙ୍କର ବିଲରେ ଫସଲ ପଡିଥିବା ବେଳେ କେତକ ଚାଷୀଙ୍କର ବିଲରେ ବା ଖରା ବାରିରେ ରବି ଫସଲ ଅମଳ ହେବାପାଇଁ ପଡିଛି । ବିଭିନ୍ନ ଗଣମାଧ୍ୟମିକ ରେ ପ୍ରକାଶ ଫନି ସମ୍ପର୍କରେ ତଥ୍ୟକୁ ଆଧାର କରି ଏବେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି । ରବି ଫସଲ ଯିବା ସହ ଯେଉଁ ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ସେଥିରେ କଦଳୀ, ଅମୃତଭଣ୍ଡା, ସଜନା, ନଡିଆ ଆଦି ନଷ୍ଟ ହେବା ସହ ବିନି, ଲଙ୍କା, କଖାରୁ, ଭେଣ୍ଡି, ଜହ୍ନି , ପୋଟଳ ଆଦି ପନିପରିବା ଉଜୁଡିଯିବ ବୋଲି ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି । ଅନ୍ୟ ପକ୍ଷେ ଚାଷୀ ମାନେ ନିଜ ବିଲରୁ କରିଥିବା ରବି ଜାତୀୟ ଫସଲକୁ ନିଜର ପରିବାର ସଦସ୍ୟଙ୍କୁ ଧରି ବୋହି ଆଣୁଥିବା ଦେଖାଯାଇଛି  । ଏପରିକି ଶଗଡରେ ବଳଦ ନ ଲଗାଇ ନିଜେ ଭିଡିକି ଆଣୁଥିବା ଦେଖାଯାଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts