Breaking News

ଡେଲାଙ୍ଗ ବ୍ଳକ ପ୍ରଶାସନ ବଜାର ଦର ଉପରେ ନଜର ଦେଲା

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ଡେଲାଙ୍ଗ ବଜାର ଉପରେ ଥିବା ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ  ଖାଉଟି ସମଗ୍ରୀ ବିକ୍ରୟ କରୁଥିବା ଦର ଉପରେ ନଜର ଦେଇଛି । ବିଶେଷ କରି ଆଳୁ, ପିଆଜ, ପନି ପରିବା ସହିତ ଡାଲି, ଅଟା, ତେଲ, ଚୁଡା, ଗୁଡ, ଚିନି, ବିସ୍ୁଟ ଆଦି ଖାଦ୍ୟ ସମାଗ୍ରୀ ଉପରେ ଦର ନ ବଡାଇବା ପାଇଁ  ବ୍ୟସାକ୍ଷୀ ମାନଙ୍କୁ ନିବଦେନ କରିଛନ୍ତି । ଅନ୍ୟ ପକ୍ଷେ ଜନସାଧାରଣ ମାଡି ଆସୁଥିବା ଫନି ପାଇଁ ଭୟ ନ କରି ଯେଉଁପରି ଭାବରେ ୧୯୯୯ ମସିହା ମହାବାତ୍ୟା ର ସଠିକ ମୁକାବିଲା କରିଥିଲେ ସେହିପରି ଫନିର ମୁକାବିଲା କରିବା ପାଇଁ ଲୋକମାନଙ୍କୁ ବୁଝାଯାଇଛି । ବିଡିଓ କ୍ଷୀରୋଦ ପ୍ରଧାନ, ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସୌମେନ୍ଦୁ ଭୁତିଆ,  ଓ ବ୍ଳକ ଯୋଗାଣ ନୀରିକ୍ଷକ ଲିପିସା ରାଉତ ଏହି ଯାଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
 । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts