Breaking News

ମାତୃପୁରୀରେ ୨୫ତମ ବିଜ୍ଞାନ ମେଳା ଅନୁଷ୍ଠିତ


 ବରଗଡ-- ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀ ପରିସରରେ ୨୫ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାକୁ ଅବସରପ୍ରାପ୍ତ ଶିକ୍ଷକ ବେଶୁଧର ମିଶ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ  ସଭାପତିତ୍ୱ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବବ୍ରୁ ବାହନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାଲେଶ୍ୱର ସାହୁ, ଉପସଭାପତି ଦଶରଥ ବାଗ୍, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷଜୟପ୍ରକାଶ ଅଗ୍ରୱାଳ, ଯଯାତି କିଶୋର ସାମଲ ମନୋରଞ୍ଜନ ପ୍ରଧାନ, ସରୋଜ କୁମାର ରଥ ଓ ପଦୀପ୍ତ ପ୍ରଧାନ ଯୋଗଦେଇ ଆଜିର ଦିନରେ ବିଜ୍ଞାନର ଉପକାରିତା ସମ୍ପର୍କରେ ନିଜସ୍ୱ ମତ ରଖିଥଲେ  ।  ନିଜ ଜ୍ଞାନ କୌଶଳ ପ୍ରଯୋଗ କଲେ ନିଶ୍ଚୟ ସଫଳ ହୋଇ ପାରିବେ ବୋଲି ଅତିଥି ମାନେ ପିଲାମାନଙ୍କୁ କହିଥିଲେ  । ବିଜ୍ଞାନ ପ୍ରଦର୍ଶନୀରେ ୨୬୨ ଟି ପ୍ରକଳ୍ପ ସ୍ଥାନ ପାଇଥଲା  । ସେଥିମଧ୍ୟରୁ ସବ୍ ଜୁନିୟର ବିଭାଗରେ ୧୦୫ଟି, ଜୁନିୟର ବିଭାଗରେ ୮୫ଟି ଓ ସିନିୟର ବିଭାଗରେ ୭୨ଟି ପ୍ରକଳ୍ପ ହୋଇଥିଲା  । ବିଜ୍ଞାନ ବିଭାଗର ମୁଖ୍ୟ ରତନ ଦୀପ, ସୁନୀଲ ଖମାରୀ, ଯୁଗଳ କିଶୋର ସାହୁ, ରାଜ କିଶୋର ସେଟ୍, ରାମଚନ୍ଦ୍ର ପ୍ରଧାନ, ସୁଖଦା ମିଶ୍ର, ରଂଞ୍ଜୁଲତା ବାରିକ କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ  । କାର୍ଯ୍ୟକ୍ରମ ଆରମ୍ଭରୁ ଏନଏସିର ପୁର୍ବତନ ଅବସରପ୍ରାପ୍ତ ସୈନିକ ମାନଙ୍କ ଦ୍ୱାରା କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା  ।ଏଥିରେ ଅରୁଣ କୁମାର ବାରିକ, କ୍ୟାପେଟେନ କୌଳାସ ଚାନ୍ଦ, ସପ୍ତସିନ୍ଧୁ ପ୍ରଧାନ, ରମେଶ ମେହେର, ସିଭିଲ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  । ସେହିପରି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଭାତୀୟ ସୈନିକ ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା  । ଶିକ୍ଷକ ନିରଞ୍ଜନ ପ୍ରସାଏତ ଧନ୍ୟବାଦ ଦେଇଥିଲେ  ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Popular Posts